ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚାଇଲଡ ଲାଇନ୍ ଇଣ୍ଡିଆ ଫାଉଣ୍ଡେସନର ୨୫ତମ ରୌପ୍ୟ ଜୟନ୍ତୀ ମହୋତ୍ସବ ଉପଲକ୍ଷେ ଚାଇଲଡ ଲାଇନ ଗଜପତି ଦ୍ୱାରା “ଚାଇଲଡଲାଇନ୍ ସେ ଦୋସ୍ତି କାର୍ଯ୍ୟକ୍ରମଟି ଚାଇଲଡଲାଇନ୍ କେନ୍ଦ୍ରର ସଂଯୋଜକ ଶ୍ରୀ ନାଗେଶ୍ୱର ଚୌଧୁରୀଙ୍କ ନେତୃତ୍ୱତରେ ମାନ୍ୟବର ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଦ୍ୱାରା କେକ୍ କଟା କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କୋଠରୀରେ ପାଳନ ହୋଇଥିଲା। ଏଥିରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ , cwc ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ରାଉଳ ଏବଂ ସଦସ୍ୟ ଉପସ୍ଥିତ ଥିଲେ ।
ତତ୍ ସଙ୍ଗେ ସ୍ଥାନୀୟ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ରଙ୍ଗୋଲି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୩୦ ଜଣ ଶିଶୁ ମାନଙ୍କୁ ନେଇ ଝୁଟି ପ୍ରତିଯୋଗିତା ଏବଂ ସଚେତନତା ସହ ପୁରସ୍କାର ବିତରଣ କରାଯଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ cwc ଅଧକ୍ଷ୍ୟ ଶ୍ରୀ ପ୍ରମୋଦ କୁମାର ରାଉଳ, “ସଖୀ” ୱାନ ଷ୍ଟପ ସେଣ୍ଟର ପରିଚାଳିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ, ଶ୍ରୀମତୀ ମଞ୍ଜୁଳା ଚୌଧୁରୀ ଏବଂ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ , ସୁଶ୍ରୀ ଡି. ପ୍ରିୟଙ୍କା ଏବଂ ବିଜୟଲକ୍ଷ୍ମୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଚାଇଲଡ ଲାଇନ ସଦସ୍ୟ ଶ୍ରୀ ଭେଙ୍କଟେଶ୍ ସେନାପତି , ଶ୍ରୀ ଟି.ସୁରେଶ କୁମାର , ଶ୍ରୀ ରବୀନ୍ଦ୍ର ପଣ୍ଡା , ଶ୍ରୀ ଗଙ୍ଗାବଡ଼ରାଜ ଶବର , କୁମାରୀ ବୋମଲି ସୌଜନ୍ୟ ଏବଂ ଶ୍ରୀମତୀ ଲକ୍ଷ୍ମୀ ଗୌଡ଼ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.