ଭାଗବତ ସପ୍ତାହ ଉଦଯାପିତ

0 2

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ:- ଅଧୁନା ଯୁଗ ରେ ଗାଁ ପରିବେଶ ରେ ସହରୀ ସଭ୍ୟତା ର ପ୍ରବେଶ ପରେ ଅନେକ ଗାଁ ରୁ ଧୀରେ ଧୀରେ ହଜିବାକୁ ଲାଗିଲାଣି ପରମ୍ପରା ,କଳା ଓ ସଂସ୍କୃତି କିନ୍ତୁ ରାୟଗଡ ଜିଲ୍ଲା ରାମନାଗୁଡା ବ୍ଲକ ଲିମାପଦର ଗାଁ ରେ ଆଜି ବି ବଞ୍ଚି ରହିଛି ପ୍ରାଚୀନ କାଳ ର କଳା ସଂସ୍କୃତି ଓ ପରମ୍ପରା। ଓଡ଼ିଆ ଜାତି ର ପଵିତ୍ର ଗ୍ରନ୍ଥ ଭାଗବତର ପାରାୟଣ ଓ ଭାଗବତ ଟୁଙ୍ଗୀ ପରମ୍ପରା ଆଜି ବି ବଞ୍ଚି ରହିଛି ଲିମାପଦର ଗାଁରେ।ଏହି ଭାଗବତ ପାରାୟଣ ଉତ୍ସବ ଦୀର୍ଘ ବର୍ଷ ଧରି କାର୍ତ୍ତିକ ମାସ ଶୁକ୍ଳ ଷଷ୍ଠୀ ରୁ ଆରମ୍ଭ ହୋଇ ଦ୍ଵାଦଶୀ ତିଥି ପର୍ଯ୍ୟନ୍ତ ଗାଁ ରେ ଥିବା ସୀତାରାମ ମନ୍ଦିର ପ୍ରାଙ୍ଗଣରେ ଆୟୋଜନ ହୁଏ।ଏହି ପାରାୟଣ କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ତଥା କେନ୍ଦ୍ର ବିନ୍ଦୁ ହେଲା ପବିତ୍ର ବଡ଼ ଏକାଦଶୀ ତିଥିରେ ରାତ୍ରି ଉଜାଗର ରହି ସପ୍ତର୍ଷି ଙ୍କ ଉଦ୍ୟେଶ ରେ ମାନସିକଧାରୀ ଙ୍କ ସପ୍ତଦ୍ୱୀପ ଧାରଣ ଓ ପରଦିନ ଗାଁ ର ସ୍ତ୍ରୀଲୋକ ଙ୍କ ସହ ବଂଶଧାରା ରେ ସମବେତ ବୁଡ଼ ପକେଇବା ର ଅନନ୍ୟ ଓ ଭିନ୍ନ ଏକ ପରମ୍ପରା।ଏଥି ସହ ଭାଗବତ ର ବିଭିନ୍ନ ଅଧ୍ୟାୟ ଅନୁସାରେ କୃଷ୍ଣଜନ୍ମ ଓ ନନ୍ଦ ଉତ୍ସବ ପାଳନ ଗାଁ ପରିବେଶ କୁ ଋଦ୍ଧିମନ୍ତ କରିଥାଏ।ଏହି କାର୍ଯ୍ୟକ୍ରମ ପ୍ରପନ୍ନ ତ୍ରିପାଠୀ ଙ୍କ ପୋୖରାହିତ୍ୟ ରେ ଅନୁଷ୍ଠିତ ହୋଇଥିବା ବେଳେ ଅଗାଧୁ ପଣ୍ଡା, ସୁବାସ ପଣ୍ଡା, ପ୍ରମୋଦ ତ୍ରିପାଠୀ ପ୍ରମୁଖ ଭାଗବତ ପଠନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଆଖପାଖ ଅଞ୍ଚଳର ବହୁ ସଂଖ୍ୟା ରେ ଭଗବତ ପ୍ରେମୀ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ କୁ ଚିନ୍ମୟ ପଣ୍ଡା,ହୃଷିକେଶ ପଣ୍ଡା,ହିମାଂଶୁ ପଣ୍ଡା ,ଚକ୍ରପାଣି ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ।

 

Leave A Reply

Your email address will not be published.