ଭଞ୍ଜନଗର : ପୁଅ ହେବା ଖୁସିରେ ଘରକୁ ଫେରୁଥିଲେ। ହେଲେ ରାସ୍ତାରେ ଅନ୍ୟ ମନସ୍କ ହେବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାର ଶୀକାର ହେଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ଥାନା ଅଧୀନ ଶ୍ରୀରାମ ନଗର ନିକଟରେ। ଭୂବନେଶ୍ବର ଶିଶିର କୁମାର ମହାପାତ୍ର(୪୨)ଙ୍କ ଭଞ୍ଜନଗର ମେଡିକାଲ୍ ରେ ଗୋଟିଏ ଶିଶୁପୁତ୍ର ଜନ୍ମ ହୋଇଥିଲା। ଆଜି ପତ୍ନୀ ଓ ପୁଅକୁ ଆମ୍ବୁଲାନ୍ସ୍ ରେ ପ୍ରଥମେ ପଠାଇ ନିଜେ ଏକ ମଟର ସାଇକଲ୍ ରେ ନିଜ ଶ୍ବଶୁର ଘର ବଦାଙ୍ଗୀ ଫେରୁଥିଲେ। ଏହି ସମୟରେ ଶ୍ରୀରାମ ନଗର ଠାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଛିଟିକି ପଡିଥିଲେ। ଯାହା ଫଳରେ ତାଙ୍କର ବାମ ଗୋଡରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ୍ ଯୋଗେ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post
ନଭେମ୍ବର ଶେଷ ସୁଦ୍ଧା ୧୦୦୦ ଛାତ୍ରଛାତ୍ରୀ ପାଇବେ ୧୦ ହଜାର ଟଙ୍କା ଲେଖାଏଁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି
Next Post