ନିତି ଆୟୋଗ ଦ୍ୱାରା ପରିଚାଳିତ ଜାତୀୟସ୍ତରୀୟ ଓ୍ୱବିନାର୍

0 2

ଭୁବନେଶ୍ୱର(ଶାସକ ପ୍ରଶାସକ):ଆଜି ପୂର୍ବାହ୍ନରେ ନିତି ଆୟୋଗର ସି.ଇ.ଓ. ଶ୍ରୀ ଅମିତାଭ କାନ୍ତଙ୍କ ଦ୍ୱାରା ଏକ ଜାତୀୟ ସ୍ତରୀୟ ଓ୍ୱବିନାର “ସାଥ୍’ ପ୍ରକଳ୍ପ ଶିକ୍ଷା ପରିଚାଳନା କରାଯାଇଛି । ଉକ୍ତ ଓ୍ୱବିନାରରେ ଉଭୟ ବିସିଜି ଏବଂ ପିରାମଲ ଫାଉଣ୍ଡେସନ ସେମାନଙ୍କର ସହଯୋଗ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ “ସାଥ୍’ ପରିଚାଳିତ ତିନୋଟି ରାଜ୍ୟ ଯଥା ଓଡ଼ିଶା, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡ ରାଜ୍ୟର ଶିକ୍ଷାମନ୍ତ୍ରୀମାନଙ୍କ ସହ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଦେଶର ବିଶିଷ୍ଟ ଶିକ୍ଷାବିତ୍ମାନେ ଅଂଶଗ୍ରହଣ କରିଥିଲେ ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କହିଲେ ଯେ, ଗୁଣାତ୍ମକ ଶିକ୍ଷା ଅଧିକାର ଉପରେ ଆମେ ଦୃଢ଼ତାର ସହିତ ବିଶ୍ୱାସ ରଖି ଆସୁଅଛୁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ସମଗ୍ର ବିଦ୍ୟାଳୟଗୁଡ଼ିକର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଗୁରୁତ୍ୱ ଦେଇ ଆସୁଛନ୍ତି । “ସାଥ୍’ର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ନିୟମିତ ରୂପାନ୍ତରୀଣ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ଶିକ୍ଷା ମୂଳଦୁଆକୁ ସୁଦୃଢ଼ କରିପାରିଛି । ଏହିଅବସରରେ, “”ସିଷ୍ଟେମିକ୍ ଟ୍ରାନ୍ସଫରମେସନ୍ ଅଫ୍ ସ୍କୁଲ ଏଜୁକେସନ୍-ଦି ସାଥ୍-ଇଏକ୍ସପେରିଏନ୍ସ” ରିପୋର୍ଟ ମନ୍ତ୍ରୀ ଶ୍ରୀ ଦାଶ ଉନ୍ମୋଚନ କରିଥିଲେ । ଭର୍ଚୁଆଲ ମୋଡରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗ ଦେଇଥିଲେ ।
ରାଜ୍ୟ ସରକାର ସମ୍ପ୍ରତି କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଅନେକ ଲକ୍ଷ୍ୟ ରଖି ଛନ୍ତି, ଯାହାକି ଏହି “ସାଥ୍’ ପ୍ରକଳ୍ପ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ଯଥା ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ବନ୍ଧୀୟ ପାଠ୍ୟକ୍ରମକୁ ଉନ୍ନତିକରଣ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଫ୍ଏଲ୍ଏନ୍, ଏଲ୍ଇପି ଏବଂ ବୋର୍ଡ ଅଫ୍ ଏକ୍ସିଲେନ୍ସି ଯାହାକି ବିଭିନ୍ନ ଅନୁଷ୍ଠାନର ମିଳିତ ସହଯୋଗରେ ଆଗକୁ ହେବାର ଅଛି । ଏହି ପରିପ୍ରେକ୍ଷୀରେ ସରକାର ନିରନ୍ତର ତଦାରଖ ଏବଂ ଉନ୍ନତ ଶାସନତନ୍ତ୍ର ପ୍ରଣୟନ କରାଯାଇଛି, ଯାହା ଦ୍ୱାରା କି ଯୋଜନାଗୁନିକର ସଠିକ୍ ତଦାରଖ କରିବା ସହ ଉଚିତ୍ ପ୍ରୋତ୍ସାହନ ପ୍ରଦାନ କରାଯାଇ ପାରିବ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ଓସେପାର ଅତିରିକ୍ତ ନିର୍ଦ୍ଦେଶକ ରଜନୀ ଜାନୀ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିଶ୍ୱନାଥ ତରାଇ, ସହ ନିର୍ଦ୍ଦେଶକ ଶ୍ରୀ ଦୀପକ ରାୟଙ୍କ ସମେତ ବିସିଜି ଏବଂ ପିରାମଲ ଫାଉଣ୍ଡେସନର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.