ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶିଶୁ ଦିବସ ଉପଲକ୍ଷେ ଚାଇଲଡଲାଇନ୍ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆରମ୍ଭ ହୋଇଛି “ଚାଇଲଡଲାଇନ୍ ସେ ଦୋସ୍ତି” କାର୍ଯ୍ୟକ୍ରମ।
ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ଧରି ବିଭିନ୍ନ ଅନୁଷ୍ଠାନ ଏବଂ ଜନ ସମୁହିତ ସ୍ଥାନ ଗୁଡ଼ିକରେ ଶିଶୁ ମାନଙ୍କୁ ନେଇ ଏହା କରାଯାଉଅଛି ।
କିଭଳି ଚାଇଲଡଲାଇନ୍ ସହିତ ସମ୍ପର୍କ ରକ୍ଷା କରିବେ ଏବଂ ଶିଶୁ ମାନଙ୍କୁ ଯଦି କୌଣସି ପ୍ରକାର ସମସ୍ୟା ଆସିଲେ କେମିତି ନିର୍ଭୟ ଭାବରେ ଗୋଟିଏ ଆପଣାର ପରିବାର ସଦସ୍ୟ ପାଖରେ ନିଜର ସମସ୍ୟା ଜଣାଇବା ଭଳି ମନୋଭାବରେ ଚାଇଲଡଲାଇନ୍ ସହିତ ଯୋଗାଯୋଗ କରି ପାରିବେ ବୋଲି ବୁଝାଇ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମ ଅବସରରେ ରବିବାର ଦିନ କତଲକଇଠା ଗ୍ରାମରେ ଚର୍ଚ୍ଚରେ କିଛି ଶିଶୁ , ମହିଳା ଏବଂ ପୁରୁଷ ମାନଙ୍କୁ ବାଲ୍ୟବିବାହ , ଶିଶୁ ଶ୍ରମିକ , ଶିଶୁ ଚାଲାଣ ଏବଂ ଆଶିର୍ବାଦ ଯୋଜନା ବିଷୟରେ ସଚେତନତା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ “ସଖୀ” ୱାନ୍ ଷ୍ଟାପ୍ ସେଣ୍ଟରର ପରିଚାଳିକା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକ , ଚକ୍ର ପାଣି ମିଶାଲ , ଶ୍ରୀ ନାଗେଶ୍ୱର ଚୌଧୁରୀ (କେନ୍ଦ୍ର ସଂଯୋଜକ ଚାଇଲଡଲାଇନ୍) ଯୋଗଦେଇ ଥିବା ବେଳେ ଟି. ସୁରେଶ କୁମାର , ଗଙ୍ଗାବଡରାଜୁ ସବର , ଭେଙ୍କେଟେଶ ସେନାପତି (ଚାଇଲଡଲାଇନ୍ ମେମ୍ବର ) କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.