ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ର ଠାରେ ଅନୁଷ୍ଠାନର ନୃତ୍ୟ ନିର୍ଦ୍ଦେଶିକା ସୁଶ୍ରୀ ଡି. ପ୍ରିୟଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ସମସ୍ତ ଛାତ୍ରୀ ମାନଙ୍କୁ ନେଇ ଶିଶୁ ଦିବସ ପାଳନ କରାଯାଇଥିଲା।
ଏହି ଅବସରରେ ପୁରାତନ ଛାତ୍ରୀଙ୍କୁ ତାଙ୍କର କଳା କ୍ଷେତ୍ରରେ ବିଶେଷ ଅବଦାନ ଓ ସହଯୋଗ ପାଇଁ ଅନୁଷ୍ଠାନ ତରଫରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଗୁରୁ ଡି. ପ୍ରିୟଙ୍କା ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ ସମ୍ପର୍କରେ ସମ୍ୟକ ଧାରଣା ଦେବା ସହ ଶିଶୁଙ୍କ ଉନ୍ନତି , ଜୀବନର ଲକ୍ଷ୍ୟ , ସମୟର ସଦୁପଯୋଗ ଓ କଳା ସଂସ୍କୃତିର ଆବଶ୍ୟକତା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ ଏବଂ ଛାତ୍ରୀଙ୍କ ଉନ୍ନତି କାମନା କରିଥିଲେ। ପୁରାତନ ଛାତ୍ରୀ ମାନେ ନିଜର ସୁନ୍ଦର ଅନୁଭୂତି ବଖାଣୀ ଅନ୍ୟ ଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post