ଚାଟିକଣା ଅଞ୍ଚଳରେ ଯୁବ ସମାଜସେବୀଙ୍କ ସେବା ଅତୁଳନୀୟ

0

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ସ୍ଥିତ ଚାଟିକଣା ପଂଚାୟତ ଅନ୍ତର୍ଗତ ସ୍ଥାନୀୟ ଚାଟିକଣା ଅଞ୍ଚଳରେ ଯୁବ ସମାଜସେବୀ ପ୍ରମୋଦ କୁମାର ଦାଶଙ୍କ କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକମାନେ ଆଜି ବହୁତ ଖୁସି ଅନୁଭବ କରୁଛନ୍ତି ।
ଗତ ତିନି ଦଶନ୍ଧି ରୁ ଉର୍ଦ୍ଧ୍ବ ଦିନ ଧରି ଛାତ୍ର ଜୀବନରୁ ହିଁ ଲୋକଙ୍କ ସେବା କରିବା ପାଇଁ ଏକ ପ୍ରକାର ନିଶା ଭାବେ ଗ୍ରହଣ କରିଥିଲେ ପ୍ରମୋଦ | ବର୍ତ୍ତମାନ ଲୋକଙ୍କୁ ବୁଝାଇ ଅନ୍ଧ ବିଶ୍ୱାସ ଦୂର କରିବା ସହିତ କୁସଂସ୍କାରକୁ ଲୋକଙ୍କ ମନରୁ ଦୂର କରି ସ୍ଥାନୀୟ ଲୋକଙ୍କୁ ସଚେତନ କରି ମେଡ଼ିକାଲ କଣ ଜାଣି ନଥିବା ଲୋକଙ୍କୁ ମେଡ଼ିକାଲ କୁ ନେଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଆଜି ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ଖୁବ ଦାଇତ୍ୱର ସହକାରେ ନିଜର ସେବାକୁ ସମ୍ପାଦନ କରୁଛନ୍ତି ।
ବିଷମ କଟକ ବ୍ଲକର ଚାଟିକଣା ହେଉ କି ନିୟମଗିରି ପାହାଡର ପାଦ ଦେଶରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ତଥା ଆଦିବାସୀଙ୍କ ପାଖରେ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ବିଷୟ ଗୁଡିକ ଲୋକଙ୍କ ପାଖକୁ ଯାଇ ବୁଝାଉଛନ୍ତି । ସମାଜ ସେବାରେ ଚାଟିକଣାର ଜଣେ ଶାନ୍ତ, ନିଷ୍କପଟ, ପରୋପକାରୀ ଓ ଧାର୍ମିକ ବ୍ୟକ୍ତି ଯାହାଙ୍କ ନା ପ୍ରମୋଦ କୁମାର ଦାସ । ସେ ଚାଟିକଣା ନିବାସୀ ଜନ୍ମ ରୁ ସେ ଲୋକପ୍ରିୟ ହୋଇ ପାରିଥିଲେ ।
ବର୍ତମାନ ତାଙ୍କ ଅଞ୍ଚଳ ପ୍ରତି ତାଙ୍କର ପ୍ରେମ, ସହଯୋଗ ଅଵିରତ ଚାଲିଛି ବୟସ ବାଧକ ସାଜିଥିଲେ ମଧ୍ୟ ସମାଜ ସେବାରେ ନିଜକୁ ଗର୍ବିତ ବୋଲି ସୁଚନା ଦେଇଛନ୍ତି ପ୍ରମୋଦ । ହେଲେ ସ୍ବାର୍ଥପର ଦୁନିଆରେ ଏଭଳି ବ୍ୟକ୍ତିତ୍ବ କ୍ଵଚିତ ଦେଖିବାକୁ ମିଳେ । ବର୍ତମାନ ସେ ଗରିବ ପରିବାରରେ ସ୍ବାସ୍ଥ୍ୟ ସମସ୍ୟା ରେ ଜରୁରୀ ପଡୁଥିବା ରକ୍ତକୁ ସ୍ବେଚ୍ଛାକୃତ ରକ୍ତଦାନ କରିବେ ଓ ବିନାମୂଲ୍ୟରେ ରକ୍ତଦାନ କରୁଛନ୍ତି

 

Leave A Reply

Your email address will not be published.