ବଡ଼ବିଲ (ଶାସକ ପ୍ରଶାସକ): କେନ୍ଦୁଝର ଜିଲ୍ଲା ବଡବିଲ ପ୍ରେସ କ୍ଲବର ସାଧାରଣ ପରିଷଦ ନିର୍ବାଚନ ଶନିବାର ଦିନ କ୍ଲବ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ନିର୍ବାଚନର ମତଦାନ ସମୟ ପୂର୍ବାହ୍ନ ୧୦ ଟା ୩୦ ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ୧୦୦% ମତଦାନ ହୋଇଥିଲା । ମତଦାନ ପରେ ଭୋଟ ଗଣତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଦେବକାନ୍ତ ଦାସ କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଥିଲାବେଳେ, ଉପସଭାପତି ଭାବେ ମଧୁସୂଦନ ସାହୁ, ସମ୍ପାଦକ ଭାବେ ଚିତ୍ତରଂଜନ କର, ସହ-ସମ୍ପାଦକ ଭାବେ ଅଶୋକ କୁମାର ମହାନ୍ତ ଏବଂ କୋଷାଧ୍ୟକ୍ଷ ଭାବେ ବିଶ୍ୱଜୀତ ମହାନ୍ତ ନିର୍ବାଚିତ ହୋଇଛନ୍ତି। ବଡ଼ବିଲ ପ୍ରେସ କ୍ଲବର ବରିଷ୍ଠ ସଦସ୍ୟ ବଳରାମ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା। ନିର୍ବାଚିତ ପ୍ରତିନିଧିମାନଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post