କଂଗ୍ରେସର ହରତାଳ ପାଳନ

0 2

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ମମିତା ମେହେରଙ୍କୁ ନ୍ୟାୟ ଦାବି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ରାଜ୍ୟ ବ୍ୟାପି ଛ’ ଘଣ୍ଟା ହରତାଳ କରୁଛି କଂଗ୍ରେସ।ପୂର୍ବରୁ ବନ୍ଦ ଡାକରା ଦେଇଥିଲେ ମଧ୍ୟ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହରତାଳ ପାଳନ କରାଯାରିଛି।ଏନେଇ ନୂଆପଡା ଜିଲ୍ଲା ଖଡ଼ିଆଳ ସହରରେ କଂଗ୍ରେସ ପକ୍ଷରୁ ହରତାଳ ପାଳନ ହେଇଥିଲା।ସ୍ବତସ୍ପୃତ ଭାବରେ ଲୋକେ ଏଥିରେ ସାମିଲ ହୋଇଛନ୍ତି। ଦୋକାନ ବଜାର ବନ୍ଦ ରହିବା ସହ ଯାନବାହନ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଙ୍କ ନେତୃତ୍ବରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଚାଲିଥିଲା। ବାଇକ ରେଲି ମାଧ୍ୟମରେ କଂଗ୍ରେସ କର୍ମୀମାନେ ମମିତାଙ୍କୁ ନ୍ୟାୟ ଦେବାକୁ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବରଖାସ୍ତ କରନ୍ତୁ ବୋଲି ଦାବି କରିଛନ୍ତି ।

Leave A Reply

Your email address will not be published.