ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ପାଟଣାଗଡ଼ରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଦାୟକାଳିନ ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଆହୁରି ମଧ୍ୟ ବହୁ ଦିନରୁ ଏହି ଅନୁଷ୍ଠାନରେ ଖାଲି ପଡ଼ିଥିବା ଲାଇବ୍ରେରୀଏନ ପଦବୀ ପାଇଁ ନୂତନ ଲାଇବ୍ରେରୀଏନ ଭାବେ ସୁବ୍ରଜିତ ପ୍ରଧାନ ଓ ନୂତନ ଅଧ୍ୟକ୍ଷ ଭାବେ ଶ୍ରୀଯୁକ୍ତ ଗଣେଶ ପ୍ରସାଦ ଜେନା ଯୋଗଦେଇଛନ୍ତି । ପୂର୍ବରୁ ଅନୁଷ୍ଠାନ ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିବା ଶ୍ରୀଯୁକ୍ତ ମାନସ ରଞ୍ଜନ ନାଏକଙ୍କ ଅନ୍ୟତ୍ର ବଦଳି ହେଇଥିବା ବେଳେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଇଥିବା ଶ୍ରୀଯୁକ୍ତ ଗଣେଶ ପ୍ରସାଦ ଜେନାଙ୍କୁ ଅଧ୍ୟକ୍ଷ ପଦବୀ ହସ୍ତାନ୍ତର କରାଯାଇଛି! ସେହିପରି ଏହି ଅନୁଷ୍ଠାନରେ ଦୀର୍ଘ ୩୨ ବର୍ଷ ଧରି ଶିକ୍ଷକତା କରିଆସୁଥିବା ଶ୍ରୀଯୁକ୍ତ ଉପେନ୍ଦ୍ର ମେହେର ଆନୁଷ୍ଠାନିକ ଭାବେ ଅବସର ନେଇଛନ୍ତି । ଏହି ପରିପେକ୍ଷିରେ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ନୂତନ ଭାବେ ଯୋଗଦେଇଥିବା ଲାଇବ୍ରେରୀଏନ ଶ୍ରୀଯୁକ୍ତ ସୁବ୍ରଜିତ ପ୍ରଧାନ ଓ ନୂତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗଣେଶ ଜେନାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିବାବେଳେ ଅନ୍ୟତ୍ର ବଦଳି ହେଇଥିବା ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ରଞ୍ଜନ ନାଏକ ଓ ଅବସର ନେଇଥିବା ଶ୍ରୀଯୁକ୍ତ ଉପେନ୍ଦ୍ର ମେହେରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ନାଏକ, ନୂତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗଣେଶ ଜେନା, ଅବସର ନେଇଥିବା ଶ୍ରୀଯୁକ୍ତ ଉପେନ୍ଦ୍ର ମେହେର, ଲାଇବ୍ରେରୀଏନ ସୁବ୍ରଜିତ ପ୍ରଧାନ , ଶିକ୍ଷକ ଶ୍ରୀଯୁକ୍ତ ଧ୍ରୁବଚରଣ ବିହାରୀ ଓ ଶିକ୍ଷିକା ଶ୍ରୀମତୀ ନେତ୍ରମଣୀ ପ୍ରଧାନ ମଞ୍ଚାସିନ ଥିବାବେଳେ ଅନୁଷ୍ଠାନ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.