ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୋ-ମାତା ମାନବଜାତି ପାଇଁ ଭଗବାନଙ୍କର ଅପୂର୍ବ ଦାନ। ବିଶ୍ୱକଲ୍ୟାଣ ନିମନ୍ତେ ଗୋସେବା ସହିତ ଗୋସୁରକ୍ଷାର ଆବଶ୍ୟକତା ପାଇଁ ଆଦିତ୍ୟ ବାହିନୀ , ପାରଳାଖେମୁଣ୍ଡି ଶାଖା ତରଫରୁ ରାଜଗୁରୁ ସାହି ଛକ ଠାରେ ‘ଗୋ-ପୂଜନ’ କାର୍ଯ୍ୟକ୍ରମ କରାଯାଇଛି।
ଏଥିରେ ନିମନ୍ତ୍ରିତ ଅତିଥି ଦ୍ବୟ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଏବଂ ସ୍ୱାମୀ ନିଗମାନନ୍ଦ ଜୀ ଙ୍କ ଦ୍ୱାରା ଶିଶୁ ପ୍ରଣତି ଚୌଧୁରୀ ଓ ଅଂଶୁମାନ ରଥଙ୍କୁ ଦକ୍ଷତା ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହା ବାଳ ମୁକୁନ୍ଦ କେନ୍ଦ୍ରର ଦକ୍ଷତା ପ୍ରମାଣପତ୍ର ଓ ପୁରସ୍କାର ବଣ୍ଟନ ଅଭିଯାନ ଦ୍ଵିତୀୟ ପର୍ଯ୍ୟାୟର ଅଂଶ ବିଶେଷ ଥିଲା। ଏହି ଗୋଷ୍ଠାଷ୍ଟମୀ ମହୋତ୍ସବର ମୁଖ୍ୟ ପଣ୍ଡିତ ଜଗନ୍ନାଥ ରଥ ଏବଂ ପ୍ରଶାନ୍ତ କୁମାର ପ୍ରଧାନ ପ୍ରମୁଖ ପରିଚାଳନା କରିଥିବା ବେଳେ ବାଳ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.