ଝାରବନ୍ଧ-ମନୋହର ଦାଶ:ମମିତା ମେହେର ହତ୍ଯା ଘଟଣା ରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଆସନ୍ତା ୧୨ତାରିଖ ରେ ୬ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି।ଏ ସମ୍ପର୍କ ରେ ଝାରବନ୍ଧ ବ୍ଲକ କଂଗ୍ରେସ ପକ୍ଷରୁ ସଭାପତି ମୁଜାଫର ହୁସେନ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ମମିତା ମେହେର ଓ ବରଗଡ଼ ତୋରା ଗ୍ରାମ ର ଗୋବିନ୍ଦ କୁମ୍ଭାର ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା।ମମିତା ଓ ଗୋବିନ୍ଦ କୁମ୍ଭାର ଙ୍କ ପରିବାର ଙ୍କୁ ନ୍ୟାୟ ଦାବିରେ ଝାରବନ୍ଧ ବ୍ଲକ କଂଗ୍ରେସ ୬ଘଣ୍ଟିଆ ଝାରବନ୍ଧ ବ୍ଲକ ବନ୍ଦ ଡାକରା ଦେଇଛି।ଏହି ବନ୍ଦ ପାଳନ କୁ ପୂର୍ଣ ସଫଳ କରିବାକୁ ଦଳ ଆହ୍ୱାନ ଦେଇଛି।ଏହି ବୈଠକ ରେ ଅଜିତ ପୋଢ଼ ,ଗୋବିନ୍ଦ ପଟେଲ,ବିକାଶ ବହିଦାର,ମନୋଜ ପଧାନ,ଜିତୁ ପୋଡ଼, ବିନୀତ ବାଗ, ଟିକୁ ବାଗ,ଅଶ୍ୱିନୀ ପୋଡ଼,ଟୁନା ସାହୁ,ରେଶମ ମିର୍ଦ୍ଧା ପ୍ରମୁଖ ବହୁ କଂଗ୍ରେସ କର୍ମକର୍ତା ବୈଠକରେ ଯୋଗ ଦେଇ ଝାରବନ୍ଧ ବିଡ଼ିଓ,ତହସିଲଦାର, ଆଇଆଇସି ଙ୍କୁ ଦାବିପତ୍ର ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.