ପଦ୍ମପୁର(ଶାସକପ୍ରଶାସକ)-ଚାଷର ଜିଲ୍ଲା ହେଉଛି ବରଗଡ ଜିଲ୍ଲା, ଜିଲ୍ଲା ର ଅଧିକାଂଶ ଚାଷୀ ଚାଷ ଉପରେ ନିର୍ଭର କରିଥାନ୍ତି, ହେଲେ ଚଳିତ ବର୍ଷ କମ ବୃଷ୍ଟିପାତ ଯୋଗୁଁ ଜିଲ୍ଲା ରେ ମରୁଡ଼ି ଦେଖା ଦେଇଛି, ଏନେଇ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁର ପଞ୍ଚାୟତ ରେ ମଧ୍ୟ ମରୁଡ଼ି ଦେଖା ଦେଇଛି।ମରୁଡ଼ି ଦେଖା ଦେଇଥିବା ଚାଷ ଜମିର ପ୍ରତିକାର କରାଯାଉ ବୋଲି ଏନେଇ ଆଜି ଗୋପବନ୍ଧୁ ସାହୁ ଙ୍କ ନେତୃତ୍ୱରେ ଗ୍ରାମ ପଞ୍ଚାୟତ ର ଚାଷି ମାନେ ପଦ୍ମପୁର ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ଚାଷି ସଂଘଠନ ର ସଭାପତି ଶଙ୍କର ସିଂ, ସମ୍ପାଦକ ଅମୋଡ କୁମାର ପଟେଲ, କୋଷାଧ୍ୟକ୍ଷ ବିରେଶ ସାହୁ, ଛନ୍ଦାଚରଣ ପଟେଲ, ଶଙ୍କର୍ଷଣ ପ୍ରଧାନ, ସୁରେଶ ସାହୁ, ଖୀରସାଗର ବିଶ୍ୱାଳ, ବାଲ୍ମୀକି ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.