ରେଙ୍ଗାଲି (ସନ୍ଦୀପ ଶର୍ମା) : ଅଙ୍ଗନୱାଡି କର୍ମୀଙ୍କୁ ପ୍ରାଥମିକ ଶିକ୍ଷୟତ୍ରୀ ମାନ୍ୟତା, ୨୧ ହଜାର ସର୍ବନିମ୍ନ ଭତ୍ତା,୧୦ହଜାର ପେନସନ, ଶିକ୍ଷାନୀତିରେ ଚାକିରୀ ସର୍ତ୍ତାବଳୀ, ଆଇସିଡିଏସ ର ଘରୋଇକରଣ କରା ନ ଯିବା, ଏସଏନପି ଦର ବୃଦ୍ଧି, ସରକାରୀ କରାଯିବା ସହିତ ପ୍ରକଳ୍ପ ରେ ସମ୍ମୁଖିନ ହେଉଥିବା ସମସ୍ୟା ସମାଧାନ ଦାବିରେ ପଶ୍ଚିମ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ବରେ କର୍ମୀ ଓ ସହାୟିକା ମାନେ ସିଡିପିଓ ଓ ବିଡ଼ିଓ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଂଘ ଆବାହକ ପ୍ରଶାନ୍ତ ପାଢ଼ୀ, ସାଧାରଣ ସମ୍ପାଦିକା ପ୍ରଭାସିନୀ ପାଢ଼ୀ, ବ୍ଲକ୍ ସଭାନେତ୍ରୀ ମିନି ପଣ୍ଡାଙ୍କ ନେତୃତ୍ବରେ ସ୍ଥାନୀୟ ବଜାର ଛକ ରୁ ବିଶାଳ ଶୋଭାଯାତ୍ରା ରେ ପହଞ୍ଚିଥିଲେ। ମିନି ପଣ୍ଡା, କୁସୁମ୍ ଲତା ଖମାରୀ, ଯୋଷବନ୍ତି ବେହେରା, ପ୍ରେମଶିଳା ପଧାନ, ସ୍ୱପ୍ନା ବେସନ, ଜୟନ୍ତୀ ମିଶ୍ର, ବୀଣା, ସଂଯୁକ୍ତା ମାଝୀ, ଝରଣା ନାୟକ, ସୁଲୋଚନା ରାଉତ, ନୀଳାଦ୍ରି ଲୁହା, ଭଗବତୀ ଓରାମ, ପାର୍ବତୀ ବିଶୋଇ,ଆନନ୍ଦିନୀ ମିର୍ଦ୍ଧା, ତ୍ରିବେଣୀ ବୁଡ଼ା ବିଜୟା କିଷାନ ସମେତ ଶତାଧିକ କର୍ମୀ ଓ ସହାୟିକା ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.
Prev Post