ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ)- ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲାର ସମସ୍ତ ମତଦାତା ମାନଙ୍କୁ ପାଟଣାଗଡ଼ ଉପଖଣ୍ଡର ପ୍ରଶାସନ ପକ୍ଷରୁ ଆଜି ସ୍ତାନୀୟ ପାଟଣେଶ୍ୱରୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କୁ ମୁଁ ବି ଭୋଟର ହେବି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଉତ୍ସବରେ ପାଟଣାଗଡ଼ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଡକ୍ଟର ବିଜୟା ନନ୍ଦ ସେଠୀ ଯୋଗ ଦେଇ ଉପସ୍ଥିତ ଛାତ୍ରୀଙ୍କୁ ଉଦବୋଧନ ଦେବା ସହ ଯେଉଁ ଛାତ୍ରୀଙ୍କର ବୟସ 18 ବର୍ଷରୁ ଉର୍ଦ୍ଧ୍ବ ସେମାନେ ନିଜ ନିଜର ର ନାମ ଭୋଟ ତାଲିକାରେ ସାମିଲ କରିପାରିବେ ଏବଂ ଗୋଟିଏ ଭୋଟର ର ଅଧିକାର ବିଷୟରେ ସୂଚନା ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପାଟଣେଶ୍ୱରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଉତ୍ତମ ଠାକୁର ପାଟଣାଗଡ଼ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ସାହୁଙ୍କ ସମେତ ଅଧ୍ୟାପିକା ଓ ଛାତ୍ରୀ ମାନେ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.