ମାହାଙ୍ଗା ବ୍ଲକ୍ ସମ୍ମୁଖରେ ଦୁଇ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହକରି ପ୍ରତିବାଦ ଜଣାଇଲା ବିଜେପି

0 2

ବିରୋଧୀଙ୍କ ସବୁ ଚକ୍ରାନ୍ତର ଜବାବ ଆସନ୍ତା ପଂଚାୟତ ନିର୍ବାଚନରେ ଜନସାଧାରଣ ଦେବେ : ବିଜେଡି

ମାହାଙ୍ଗା(ଶାସକ ପ୍ରଶାସକ)-କଳାହାଣ୍ଡି ଜିଲ୍ଲାର ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିଜେପି ବ୍ଲକ ସମ୍ମୁଖରେ ପ୍ରତିବାଦ ଜଣାଇଛି | ମାହାଙ୍ଗା ବ୍ଲକ୍ ସମ୍ମୁଖରେ ଦୁଇ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହକରି ବିଜେପି ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛି |
ତେବେ ବିଜେପି ଶାସିତ ରାଜ୍ୟ ଗୁଡିକରେ ଆଇନି ଶୃଙ୍ଖଳା ଭୁଷୁଡ଼ି ପଡିଥିବାବେଳେ, ଏବଂ ଅପରାଧୀଙ୍କୁ ବିଜେପି ନେତା ମନ୍ତ୍ରୀ ସୁରକ୍ଷା ଯୋଗାଉଥିବା ବେଳେ, ବିଜେଡି ବିରୁଦ୍ଧରେ ବିଜେପିର ଶସ୍ତା ଅଭିଯୋଗ କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି ! ପୋଲିସ ଅପରାଧୀକୁ ଗିରଫ କରିସାରିଥିବାବେଳେ ଏବଂ ହତ୍ୟାର ଶୀକାର ମମିତା ମେହେର ପରିବାର ପୋଲିସ ତଦନ୍ତରେ ସନ୍ତୁଷ୍ଟ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରକୁ ନ୍ୟାୟ ଦେବେବୋଲି ଗଣମାଧ୍ୟମକୁ ବାରଂବାର କହିସାରିଥିଲେବି, ବିରୋଧି ଦଳ ମୃତ ଶିକ୍ଷୟିତ୍ରୀଙ୍କ ଚରିତ୍ରକୁ ନେଇ ଓ ସେ ଚାକିରୀ କରିଥିବା ସ୍କୁଲକୁ ବଦନାମ କରୁଥିବାରୁ ବିରୋଧୀଙ୍କ ଶସ୍ତା ରାଜନୀତି ଦାଣ୍ଡରେ ପଡିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି |
ଯେଉଁମାନେ ଅଶି ଦଶକରୁ ମାହାଙ୍ଗାରେ ଅପରାଧ ସାମ୍ରାଜ୍ୟ ବିସ୍ତାର କରି, ହତ୍ୟା ଲୁଣ୍ଠନ ଏବଂ ଗୁଣ୍ଡାଗର୍ଦ୍ଦି ଚଳାଇ ଆସୁଥିଲେ, ସେହି ମାନଙ୍କ କଳା ରାଜୁତିର ଅନ୍ତ ଘଟିବା ପଛରେ ନିଜ ଅନୁଗତ ପୋଷା ଗୁଣ୍ଡାମାନେ ଦାୟୀ ବୋଲି, କାହାକୁ ଅଛପା ନଥିବା ବେଳେ, ଏବେ ବିଜେପି ବିରାଡ଼ି ବୈଷ୍ଣବ ସାଜି ଶାସକ ଦଳକୁ ଅଙ୍ଗୁଳି ଦେଖାଇବା ହାସ୍ୟାସ୍ପଦ ବୋଲି କିଛି ବୁଦ୍ଧିଜୀବୀ ମତଦେଉଛନ୍ତି | ବିରୋଧୀଙ୍କ ସବୁ ଚକ୍ରାନ୍ତର ଜବାବ ଆସନ୍ତା ପଂଚାୟତ ନିର୍ବାଚନରେ ଜନସାଧାରଣ ଦେବେ ବୋଲି ବିଜେଡି ଆହ୍ୱାନ ଦେଇଛି !

Leave A Reply

Your email address will not be published.