ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

0 2

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ)- ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବନାଇମୁଣ୍ଡା ପଞ୍ଚାୟତର ପ୍ରତ୍ୟେକ ଗାଁକୁ ଗାଁ ଯାଇ ସାଧାରଣ ଜନତାଙ୍କର ସମସ୍ୟା ବୁଝିଲେ ବିଧାୟକ ସରୋଜ କୁମାର ମେହେର । ଯୋଗ୍ୟ ହିତାଧିକାରୀମାନଙ୍କୁ ତୁରନ୍ତ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ବିଧାୟକଙ୍କ ପାଖରେ ଦାବୀ କରିଥିବା ବେଳେ ଗାଁ ଗୁଡିକର ପାନୀୟ ଜଳ ସମସ୍ୟା, ବାର୍ଦ୍ଧକ୍ୟ ଭତ୍ତା, ମନରେଗା ଯୋଜନା, ଆବାସ ଯୋଜନା ଏବଂ ଅନ୍ୟାନ୍ୟ ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ଦଳୀୟ କର୍ମକର୍ତ୍ତା ସଦସ୍ୟମାନେ ଉପସ୍ଥିତ ଥିଲେ |

Leave A Reply

Your email address will not be published.