ପୁଟାସିଂ ରେ ପଞ୍ଚାୟତ ଗଠନ ଦାବିରେ ଆଜି ଠାରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ତିନି ଦିନ ଧରି ଅନଶନ ଏବଂ ଧାରଣା

0 2

ଗୁଣୁପୁର ରୁ ସନ୍ତୋଷ କୁମାର ଚୌଧୁରୀ: ରାୟଗଡା ଜିଲ୍ଲା ର ଗୁଣୁପୁର ବ୍ଲକ ର ପୁଟାସିଂ ର ରେଜିଂଟାଲ ଗ୍ରାମ କୁ ଜିଲ୍ଲାପ୍ରଶାସନ ଅତି ତରବରିଆ ଭାବେ ନୂତନ ପଞ୍ଚାୟତ ଘୋଷଣା କରିଥିବାରୁ ଏହାକୁ ବିରୋଧ କରି ଆଜି ଉଭୟ ପୁଟାସିଂ ଏବଂ ପୋଡା ଗ୍ରାମ ର ଶତାଧିକ ଆଦିବାସୀ ମହିଳା ଏକ ଶୋଭାଯାତ୍ରା ରେ ନୂତନ ବସ ଷ୍ଟାଣ୍ଡ ରୁ ବାହାରି ଗୁଣୁପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଁଚି କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେବା ସହ କାର୍ଯ୍ୟାଳୟ କୁ ଘେରାଉ କରିଛନ୍ତି ଏ ବାବଦରେ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଙ୍କୁ ଏ ବାବଦରେ କାର୍ଯ୍ୟାନୁଷ୍ଠାନ ନେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବକ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଯଦି ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ କୌଣସି ନିଷ୍ପତି ନ ନିଅନ୍ତି ତେବେ ଆଗାମୀ ଦିନ ନୂତନ ପଞ୍ଚାୟତ କାର୍ଯ୍ୟାଳୟ କୁ ଅଚଳ କରିବା ସହ ରାଜରାସ୍ତା କୁ ଓଲ୍ହାଇବାକୁ ଧମକ ମଧ୍ୟ ଦେଇ ଛନ୍ତି ଆଦିବାସୀ ନେତା ତ୍ରିପତି ଗମାଙ୍ଗ ଏବଂ ରେଣୁକା ଡାଲବେହେରା ଦାବି କରିଛନ୍ତି କୌଣସି ଅଘଟନ ପାଇଁ ଉଭୟ ଜିଲ୍ଲାପ୍ରଶାସନ ଏବଂ ରାଜ୍ୟ ସରକାର ଏଥି ପାଇଁ ଦାୟୀ ରହିବେ ବୋଲି ଚେତାବନୀ ଦେଇ ଛନ୍ତି |

 

Leave A Reply

Your email address will not be published.