ବିଜେପୁର (ଶାସକପ୍ରଶାସକ)-ବରଗଡ଼ ଜିଲ୍ଳା ବିଜେପୁର ବ୍ଲକ କୋଶଳିଆ ମାଳୀ ସମାଜ ବିଜେପୁର ସର୍କଲର ଜୋନ୍ ସ୍ତରୀୟ ଚତୁର୍ଥ ସାଂଗଠନିକ ବୈଠକ ଜାରିଂ କମ୍ଯୁନିଟୀ ସେଣ୍ଟରଠାରେ ଉପସଭାପତି ଶ୍ରୀଯୁକ୍ତ ସନ୍ତୋଷ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ପ୍ରେମରାଜ ପଟେଲ ସଭାର ଉଦ୍ଦେଶ୍ଯ ଜ୍ଞାପନ କରି ସମସ୍ତେ କରୋନା ଟୀକା ନେବା ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଅନୁରୋଧ କରିଥିଲେ । ବ୍ଯକ୍ତିର ଆର୍ଥିକ ସ୍ୱଚ୍ଛଳତା ଉପରେ ସମାଜର ଏକାତ୍ମତା ଓ ସାମାଜିକ ସମରସତା ନିର୍ଭର କରେ, ଏଇ କଥାରୁ ଏଡଭୋକେଟ୍ ଯଦୁମଣି ପଟେଲ ଆଲୋଚନା ଆରମ୍ଭ କଲେ, ଏକବିଂଶ ଶତାବ୍ଦୀର ଅତ୍ଯାଧୁନିକ ବ୍ଯାବସାୟିକ ବୁଦ୍ଧି ଓ କୌଶଳ ବ୍ୟବହାର ହେଉଥିଲେ ମଧ୍ଯ ଆମ ଉତ୍ପାଦନର ଯଥାର୍ଥ ମୂଲ୍ଯାୟନ ହୋଇ ପାରୁନାହିଁ।ଆଜି ବି ଦ୍ରବ୍ଯ ବିନିମୟରେ ଆମ ଜାତିଭାଇଙ୍କ କୃଷି ଉପଜ ବିକ୍ରି ହେତୁ ଆର୍ଥିକ ବିକାଶ ଯଥାନୁରୂପ ହୋଇପାରୁ ନାହିଁ।ସାମାଜିକ ଓ ଆର୍ଥିକ ଅନଗ୍ରସର ଶ୍ରେଣୀଭୁକ୍ତ ହୋଇ ମଧ୍ଯ ଜନପ୍ରିୟ ସରକାରଙ୍କ ତରଫରୁ ଯୋଗାଇ ଦିଆ ଯାଉଥିବା ବହୁବିଧ ସୁବିଧାସୁଯୋଗ ରୁ ଆମେ ବଞ୍ଚିତ ହେଉଛୁ,ଏଥିରେ ପରିବର୍ତ୍ତନ ଆବଶ୍ଯକ ବୋଲି ମତ ପ୍ରକାଶ ପାଇଥିଲା।ସମ୍ପୂର୍ଣ୍ଣ ଜୈବିକ କୃଷିଉତ୍ପାଦନ କୁ ନେଇ ବିଜେପୁର ଠାରେ ଏକ ସ୍ବତନ୍ତ୍ର ବଜାର ସୃଷ୍ଟି ପାଇଁ ସାମାଜିକ କର୍ମୀ ସୁଶାନ୍ତ ପଟେଲ ଆହ୍ବାନ ଦେଇଥିଲେ। କୋଶଳିଆ ମାଳୀ ସମାଜ କେଉଁ ଆବହମାନ କାଳରୁ ଅନ୍ନଦାତା ଭୂମିକା ତୁଲାଇ ଆସୁଛି ଆଗକୁ ମଧ୍ଯ ଏପରି ଚାଲିଥିବ ଏଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଶ୍ଜଟାଧାରୀ ପଟେଲ, ସାମିଲ ପଟେଲ, ପ୍ରହଲ୍ଲାଦ ପଟେଲ, ପଞ୍ଚାନନ ଚୌଧୁରୀ ପ୍ରମୁଖ ସମାଜ ସଂଗଠନକୁ ଦୃଢ଼ୀଭୂତ କରିବା କରିବା ପାଇଁ ମୂଲ୍ଯବାନ ପରାମର୍ଶ ଦେଇଥିଲେ। ସର୍ବଶ୍ରୀ ଲୋକନାଥ ପଟେଲ,ମଧୁସୂଦନ ଚୌଧୁରୀ,ନବୀନ ମଣ୍ଡା,ଗଂସ ପଟେଲ,ଗଜରାଜ ପଟେଲ, ସାଗର ପଟେଲ, ନିମାଇଁ ପଟେଲ ଓ ଧନେଶ୍ଵର ପଟେଲଙ୍କୁ ନେଇ ଜୋନାଲ କମିଟୀ ଗଠିତ ହେଲା। ଶେଷରେ ଧନ୍ୟବାଦ ଅର୍ପଣ କଲେ ଶ୍ରୀଯୁକ୍ତ ବିଦ୍ୟାଧର ମନ୍ଥରା।
Sign in
Sign in
Recover your password.
A password will be e-mailed to you.
Next Post