ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ବିଶ୍ବର ବିଭିନ୍ନ କୋଣରେ ବସବାସ କରୁଥିବା ବିଶିଷ୍ଟ ଓଡିଆ ବ୍ଯକ୍ତିତ୍ବମାନେ ଗତକାଲି ୱେବିନାର ଯୋଗେ ଯୋଗଦେଇ ବିଲ୍ଡ ଓଡ଼ିଶା କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଛନ୍ତି| ଏହି କାର୍ଯ୍ୟକ୍ରମ ଅନୁଯାୟୀ ପ୍ରବାସୀ ଓଡିଆ ଭାଇଭଉଣୀ ମାନେ ଓଡ଼ିଶାର ଯେକୌଣସି ବିଦ୍ୟାଳୟ ବା କଲେଜରେ ପାଠାଗାର, କ୍ରିଡା ଭିତ୍ତିଭୂମୀ ତଥା ଅନୁଷ୍ଠାନର ଅନ୍ୟାନ ସାମଗ୍ରିକ ବିକାଶ ପାଇଁ ଆର୍ଥିକ, ବୌଦ୍ଧିକ, ମାନସିକ ତଥା ଶାରୀରିକ ଅବଦାନ ରଖି ପାରିବେ| ଆମେରିକା ସ୍ଥିତ ଇଗୁରୁକୁଳ ସଂଗଠନର ନିର୍ଦେଶୀକା ତଥା ଓଡ଼ିଶା ସୋସାଇଟ ଅଫ ଆମେରିକାର ପୂର୍ବତ୍ତନ ଅଧ୍ୟକ୍ଷା ଶ୍ରୀମତୀ କୁକୁଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆଭାଷୀ ବୈଠକରେ ମୋ ସ୍କୁଲ ଅଭିଯାନରେ ଅଧ୍ୟକ୍ଷା ସୁସ୍ମିତା ବାଗଚି ଓ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଅତିଥି ଭାବରେ ଯୋଗଦେଇ ଦୁଇ କାର୍ଯ୍ୟକ୍ରମର ବିଶେଷତା ବିଷୟରେ ଆଲୋଚନା କରିବା ସହିତ ପ୍ରବାସୀ ଓଡିଆ ମାନଙ୍କର ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ| ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଶ୍ରୀମତୀ ଦାସ ଅବଗତ କରାଇଥିବା ବେଳେ ଆମେରିକାରୁ ଉତ୍କଳ ନାୟକ ଏହାର ଉଦେଶ୍ୟ, ବ୍ୟବସ୍ଥା ଓ ପରିଚାଳନା ସମ୍ପର୍କିତ ଡିଜିଟାଲ ଉପସ୍ଥାପନା ରଖିଥିଲେ| ଏହି କାର୍ଯ୍ୟକ୍ରମକୁ ଗ୍ଲୋବାଲ ଓଡିଆ ଡ଼ାୟୋସ୍ପୋରା ମାଧ୍ୟମରେ କିପରି ପରିଚାଳିତ କରାଯିବ ତାହା ବାହାରିନ ଓଡିଆ ସଂଗଠନର ଅଧ୍ୟକ୍ଷ ଡଃ ଅରୁଣ କୁମାର ପ୍ରହରାଜ ସଂକ୍ଷେପରେ ବର୍ଣ୍ଣନା କରିଥିଲେ| ଅନ୍ୟମାନଙ୍କ ମଧ୍ୟରେ ଆମେରିକାରୁ ଡଃ ଶୀତିକଣ୍ଠ ଦାସ, ପ୍ର ଅଜୟ ମହାନ୍ତି, କତାରରୁ ବିଦ୍ୟା ମହାନ୍ତି, ଲଣ୍ଡନରୁ ସୁସ୍ମିତା ରାଜହଂସ, ମାଲେସିୟାରୁ ଦିପ୍ତିରଞ୍ଜନ ନନ୍ଦ, କୁଏତରୁ ସଂଜୀବ ବାରିକ, ଶିଙ୍ଗାପୁରରୁ ପ୍ର ସଂଜୀବ ପଣ୍ଡା, ଜାପାନରୁ କୁନା ଦାସ, ଦୁର୍ଗା ମିଶ୍ର, ଡ଼ଃ ଅଞ୍ଜଳି ପଟ୍ଟନାୟକ, ଶ୍ଵେତପଦ୍ମା ଦାସ, ନମ୍ରତା ପଟ୍ଟନାୟକ, ଭୁବନେଶ୍ବର ରୁ ନୀଳାମ୍ବର ରଥ, ବାଙ୍ଗାଲୁର ରୁ ମନୋଜ ପାତ୍ର, ନୂଆଦିଲ୍ଲୀରୁ ପ୍ର ଉଦୟନାଥ ସାହୁ, ପ୍ର ମୋନିକା ଦାସ, ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ପ୍ରଗତି ପାଇଁ ନିଜ ତରଫରୁ ପ୍ରଚେଷ୍ଠା କରିବେ ବୋଲି ଇଛା ପ୍ରକାଶ କରିଥିଲେ| ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ବର ଯେକୌଣସି ଭାଗରେ ବାସ କରୁଥିବା ଓଡିଆ ଭାଇ ଭଉଣୀ ଗୋଟିଏ ମଞ୍ଚରେ ଯୋଗଦେଇ ନିଜର ଅବଦାନ ରଖିପାରିବେ| ଏକ ପୂର୍ବ ନିର୍ଦ୍ଧାରିତ ବ୍ୟବସ୍ଥା ମଧ୍ୟରେ ହାତକୁ ନିଆଯାଇଥିବା ପ୍ରକଳ୍ପ ଗୁଡିକର ଅଗ୍ରଗତି ଓ ଦୈନଦିନ ପ୍ରଗତି କର୍ମକର୍ତ୍ତା ମାନଙ୍କୁ ଅବଗତ କରାଇ ଦିଆଯିବ| ପୂର୍ବ ନିର୍ଦ୍ଧାରିତ ସମୟ ସୀମା ମାଧ୍ୟମରେ ସ୍ଥିରୀକୃତ କାର୍ଯ୍ୟକ୍ରମକୁ ସମାପନ କରି ଏହାର ବାସ୍ତବ ବ୍ୟବହାରିତା ଅଗ୍ରାଧିକାର ଭିତ୍ତିରେ ନିରୀକ୍ଷଣ କରାଯିବ ବୋଲି ଶ୍ରୀମତୀ ଦାସ ପ୍ରକାଶ କରିଥିଲେ| ମୋ ସ୍କୁଲ ଓ ମୋ କଲେଜ କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ବିଦ୍ୟାଳୟ ଓ କଲେଜର ସର୍ବାଙ୍ଗୀନ ଉନ୍ନତିରେ ଭାଗୀଦାରୀ ହେବାର ସୁଯୋଗ ଦେଇ ଥିବାରୁ ଓଡ଼ିଶା ସରକାରକୁ ନୂଆଦିଲ୍ଲୀସ୍ଥିତ ଓଡିଆ ବୁଦ୍ଧିଜୀବ ଫୋରମ ‘ଦି ଇଣ୍ଟେଲେକ୍ଟସ’ର ଅଧ୍ୟକ୍ଷ ଶ୍ରୀ ଦେବେନ୍ଦ୍ର ନାଥ ରାଉତ କୃତଜ୍ଞତା ଜ୍ଞାପନ କରିବା ସହିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଉତ୍ସାହୀ ଓଡିଆ ଭାଇ ଭଉଣୀଙ୍କୁ ଧନ୍ୟବାଦ ଜଣାଇ ଏହି ପ୍ରୟାସକୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ|
Sign in
Sign in
Recover your password.
A password will be e-mailed to you.
Prev Post