୧୨ ଦାଦନ ଶ୍ରମିକ ଉଦ୍ଧାର,ଜଣେ ଗିରଫ

0 2

ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ )-ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସବଡ଼ିଭିଜନ ଏକ ଇତିହାସ ସୃଷ୍ଟି କାରୀ ଦାଦନ ପ୍ରବଣ ଅଞ୍ଚଳ ଭାବେ ଖ୍ୟାତ ଅର୍ଜନ କରିଛି ! ଅନ୍ୟପଟେ ଯେ,ଦାଦନ ପର୍ବ ଆରମ୍ଭ ହୋଇଯାଇଥିବାରୁ ଏଠାରେ ସବୁ ସମୟରେ ବେଆଇନ ଦାଦନ ଶ୍ରମିକ ଉଦ୍ଧାର ର ଦୃଶ୍ୟ ଦେଖିବାକୁ ମିଳେ। ସୂଚନାଯୋଗ୍ୟ ଯେ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅଞ୍ଚଳର ଦାଦନ ଶ୍ରମିକ ମାନେ ଗତକାଲି ହରିଶଙ୍କର ବାଲିଜୋର ଛକ୍କରୁ ଉଦ୍ଧାର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ  ସକାଳ ୧୧ ଟା ସମୟରେ ଖପ୍ରାଖୋଲ ପୋଲିସ ଭେଲୁଆଁଖୋଲ,ଚାଉଳବାଞ୍ଜି,ମହରାପଦର,ବନମାଲ, ଧଣ୍ଡାମୁଣ୍ଡା ଆଡ଼କୁ ପେଟ୍ରୋଲିଂ କରୁଥିବା ସମୟରେ ଦୁଇ ତିନି ପରିବାର ହରିଶଙ୍କର ଛକ ଠାରେ ବସ୍ କୁ ଅପେକ୍ଷା କରିଥିବା ଦେଖିବାକୁ ପାଇଥିଲେ ଏବଂ ସେମାନଙ୍କୁ ପଚରାଉଚରା କରିଥିଲେ।ପଚରା ଉଚରାରୁ ଜାଣିବାକୁ ପାଇଲେ ଯେ ସେମାନଙ୍କୁ ତୁରେକେଲା ବ୍ଲକ ଢୋଲମାନ୍ଦଲ ଗାଁର ଦାଦନ ଦଲାଲ୍ ଭୋଜରାମ ପରାଭୁଏ କିଛି ଟଙ୍କା ବଇନା ଦେଇ ହାଇଦ୍ରାବାଦ ଇଟା ଗଢିବା ପାଇଁ ନେଉଛି । ଖପ୍ରାଖୋଲ ପୋଲିସ ଭୋଜରାମ କୁ ଗିରଫ କରି ଦାଦନ ଶ୍ରମିକ ମାନଙ୍କୁ ଥାନାକୁ ନେଇ ତଦନ୍ତ କରି ଘରକୁ ଛାଡ଼ି ଦେଇଥିଲେ। ଉଦ୍ଧାର ଶ୍ରମିକ ମାନଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୨ ଜଣ ମହିଳା ସମେତ ୫ ଜଣ ଶିଶୁ ଅଛନ୍ତି। ଶ୍ରମିକ ଚାଲାଣ ର କୌଣସି କାଗଜପତ୍ର ନଥିବାରୁ ଭୋଜରାମ ର ନାଁରେ ଥାନା କେସ ନଂ-167/2021ସେକ୍ସନ U/S 420/374/43 ଆଇପିସି ଆଇ.ଏସ. ଏମ୍.ଡବ୍ଳୁ.ଏସ. U/S ଧାରା ୧୯୭୯ ମାମଲା ରୁଜୁ କରି ପରାଭୁଏକୁ କୋର୍ଟ ଚାଲାଣ କରିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି!ଏହି ବେଆଇନ କାର୍ଯ୍ୟର ମୁଖ୍ୟ ଦଲାଲ୍ ତୁରେକେଲା ଥାନା ଢୋଲମାନ୍ଦଲ ଗ୍ରାମର ଚମ୍ପୁ ବନଛୋର ଥିବା ବେଳେ ସେ ଏଯାଏ ଫେରାର ଥିବାର ଜଣାପଡିଛି |

Leave A Reply

Your email address will not be published.