ଭୁବନେଶ୍ୱର,(ଶାସକ ପିତାଶାସକ) :ଆଜି କୃଷିଭବନଠାରେ ମା ଶକ୍ତିମୟୀ ମହିଳା ମହାସଂଘ ଦ୍ୱାରା ପରିଚାଳିତ ଓଡ଼ିଶାର ପ୍ରଥମ ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର, କୃଷି ଏବଂ କୃଷକ ସଶକ୍ତିକରଣ, ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ଶୁଭ ଉଦ୍ଘାଟନ ହୋଇଯାଇଅଛିା ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ସଚିବ ଶ୍ରୀଯୁକ୍ତ ସୁରେଶ କୁମାର ବଶିଷ୍ଟ ତଥା କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦେଶକ ଡ଼. ଏମ୍. ମୁଥୁକୁମାର ପ୍ରମୁଖ ଉପସ୍ଥିତ ଥିଲୋ ଏହି ଅବସରରେ ମନ୍ତ୍ରୀ, ମହାସଂଘର ସମସ୍ତ ସଭ୍ୟାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳମୟ ବ୍ୟବସାୟିକ ଭବିଷ୍ୟତ କାମନା କରିବା ସହ ଏଭଳି ଏକ ପ୍ରୟାସ ପାଇଁ ଓଡିଶା ମିଲେଟ୍ସ ମିଶନ ଏବଂ ମିଶନ ଶକ୍ତି ବିଭାଗର ଅଧିକାରୀମାନଙ୍କୁ ସାଧୁବାଦ ଜଣାଇଥିଲୋ
ଏହି ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର ଓଡିଶା ମିଲେଟ୍ସ ମିଶନ ଏବଂ ମିଶନ ଶକ୍ତି ବିଭାଗର ମିଳିତ ପ୍ରୟାସରେ ପ୍ରାରମ୍ଭ କରାଯାଇଛିା ଏହାର ମୂଳ ଉଦ୍ଦେଶ୍ୟ କୃଷି ଭବନରେ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀ ସମୂହ ତଥା ଆଗନ୍ତୁକମାନଙ୍କୁ ପୁଷ୍ଟିଶସ୍ୟରେ ପ୍ରସ୍ତୁତ ନାନାଦି ଖାଦ୍ୟ ଦ୍ରବ୍ୟ ବିକ୍ରି କରିବା ସହ ପୁଷ୍ଟିଶସ୍ୟର ଉପକାରିତା ବିଷୟରେ ଅବଗତ କରାଇବାା ଏହି ବିକ୍ରୟ କେନ୍ଦ୍ର ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟସଭ୍ୟାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସହାୟକ ହେବା
ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ନିର୍ଦ୍ଦେଶକ (ଓଡିଶା ମିଲେଟ୍ସ ମିଶନ), ଶ୍ରୀ ହୀରଞ୍ଜନ ମହନ୍ତ, ଓଡିଶା ମିଲେଟ୍ସ ମିଶନର ଯୋଜନା ଅଧିକାରୀ ଶ୍ରୀମତୀ କଳ୍ପନା ପ୍ରଧାନ, ରାଜ୍ୟ ସଂଯୋଜକ ସୁଶ୍ରୀ ଅସୀମା ଚୌଧୁରୀ, ଜିଲ୍ଲା ସଂଯୋଜକ ମିଶନ ଶକ୍ତି ଏବଂ ଅନ୍ୟ କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ଥିଲୋ
ପୁନଶ୍ଚ, କୃଷି ଭବନଠାରେ ମନ୍ତ୍ରୀ ଡ. ସାହୁ ଏକ କାଫେଟାରିଆର ଶୁଭ ଉଦ୍ଘାଟନ କରିଛନ୍ତିା ବାର୍ଷିକ ଟେଣ୍ଡର ମାଧ୍ୟମରେ ଜୟକମଳ କ୍ୟାଟେରିଂ ସର୍ଭିସ୍ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି କାଫେଟାରିଆ କୃଷି ଭବନ କର୍ମଚାରୀ ତଥା ଏଠାରେ ଅନୁଷ୍ଠିତ ଅନେକ ସଭାସମିତି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଖାଦ୍ୟ ଆବଶ୍ୟକତାକୁ ପୂରଣ କରିବା ଅତ୍ୟନ୍ତ ସ୍ୱାସ୍ଥ୍ୟକର ପରିବେଶରେ ସୁଲଭ ଦରରେ ଏହି କାଫେଟାରିଆ ଖାଦ୍ୟ ଯୋଗାଇଦେବ ବୋଲି ମନ୍ତ୍ରୀ ଡ. ସାହୁ ଆଶା ପ୍ରକାଶ କରିଛନ୍ତିା
Sign in
Sign in
Recover your password.
A password will be e-mailed to you.