ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ହନୁମାନ ପଡାଠାରେ ଅନୁଷ୍ଠିତ ୩୫ ତମ ସାର୍ବଜନୀନ କାଳୀ ପୁଜା ପାଇଁ ଗୁରୁବାର ଅପରାହ୍ନରେ କଲସଯାତ୍ରା ସହ ଖଣ୍ଡଧୁଆ ପର୍ବ ଅନୁଷ୍ଠିତ ହୋଇଯାଇଛି। ନିରାଡ଼ମ୍ବର ଭାବେ ହନୁମାନ ପଡା କାଳୀ ମଣ୍ଡପରୁ ଶୋଭାଯାତ୍ରା ବାହାରିଥିଲା ଏବଂ ସ୍ଥାନୀୟ କଣ୍ଟା ବନ୍ଧରୁ ପବିତ୍ର ଜଳ ଆଣି ପୂଜାସ୍ଥଳରେ ସ୍ଥାପନା କରାଯାଇଥିଲା । ଏହାପରେ ମା କାଳୀଙ୍କୁ ଚକ୍ଷୁ ଦାନ କରାଯାଇଥିଲା । ପୂଜା କମିଟିର ସଭାପତି ଅଜିତ କୁମାର ଶତପଥୀଙ୍କ ତତ୍ୱବାଧାନରେ ସମସ୍ତ କରୋନା ନିୟମ ଅନୁଯାୟୀ ପୂଜାକାର୍ୟ୍ଯ ଚାଲିଥିବା ବେଳେ ରବିବାର ଦିନ ପୂର୍ଣ୍ଣାହୁତି ତଥା ବିସର୍ଜନ ଅନୁଷ୍ଠିତ ହେବ । ଚଳିତ ବର୍ଷ ପ୍ରଶାନ୍ତ ପଟ୍ଟନାୟକ ସପତ୍ନୀକ କର୍ତା ଦାୟିତ୍ୱ ତୁଲାଉଥିବା ବେଳେ ପଣ୍ଡିତ ଅତ୍ରହୀ ଭଞ୍ଜନ ପାଣିଗ୍ରାହୀ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି ।
Sign in
Sign in
Recover your password.
A password will be e-mailed to you.