ନବରଙ୍ଗପୁର ଜିଲ୍ଲାର ସୂଚନା ପ୍ରଯୁକ୍ତି ଓ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି

0 2

ଭୁବନେଶ୍ୱର(ଶାସକ ପ୍ରଶାସକ):ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାର ସୂଚନା ପ୍ରଯୁକ୍ତି ଏବଂ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କରିଛନ୍ତିା ଆଜି ଅପରାହ୍ନରେ ଜିଲ୍ଲା ସର୍କିଟ୍ ହାଉସଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲାରେ ମୋବାଇଲ୍ ନେଟ୍ଓ୍ୱାର୍କର ସ୍ଥିତି, ବିଭିନ୍ନ ଗ୍ରାମାଞ୍ଚଳକୁ ଇଣ୍ଟରନେଟ୍ ସୁବିଧା ସହ ଜିଲ୍ଲାର ଆଇଟି ଭିତ୍ତିଭୂମିର ସୁଦୃଢ଼ୀକରଣ ନେଇ ଆଲୋଚନା କରିଥିଲୋ ଏଥି ସହ ଜିଲ୍ଲାରେ ଖେଳପଡ଼ିଆର ବିକାଶ, ତୃଣମୂଳସ୍ତରରୁ ଖେଳାଳୀ ଚୟନ, କ୍ରୀଡ଼ା ଭିତ୍ତିଭୂମିର ବିକାଶ ଏବଂ ଖେଳାଳୀମାନଙ୍କୁ ଆଧୁନିକ ତାଲିମ ଜରିଆରେ ଜିଲ୍ଲାର ଅଧିକ ଖେଳାଳୀ ସୃଷ୍ଟି କରିବା ସହ ସ୍ଥାନୀୟ କ୍ରୀଡ଼ାର ବିକାଶ ପାଇଁ କ’ଣସବୁ ପଦକ୍ଷେପ ନିଆଯାଇପାରିବ ସେ ନେଇ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲୋ ଆଜିର ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାପାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲୋ
ଆସନ୍ତାକାଲି ମନ୍ତ୍ରୀ ଶ୍ରୀ ବେହେରା ଉମରକୋଟ ବ୍ଲକ୍ ଗସ୍ତ କରିବା ସହ ସ୍ଥାନୀୟ ଅଧିକାରୀ, ପଞ୍ଚାୟତିରାଜ ପ୍ରତିନିଧି ଏବଂ ସ୍ଥାନୀୟ କ୍ରୀଡ଼ାବିତ୍ଙ୍କୁ ଭେଟିବା ସହ ଅଞ୍ଚଳର କ୍ରୀଡ଼ା ଭିତ୍ତିଭୂମି ଏବଂ ସୂଚନା ପ୍ରଯୁକ୍ତିର ବିକାଶ ନେଇ ଆଲୋଚନା କରିବୋ ସେହିପରି ଆସନ୍ତା ୭ ତାରିଖରେ ମନ୍ତ୍ରୀ ଚନ୍ଦାହାଣ୍ଡି ବ୍ଲକ୍ ଗସ୍ତ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛିା

Leave A Reply

Your email address will not be published.