ଭୁବନେଶ୍ୱର:ଓଡ଼ିଶା ହାଇକୋର୍ଟର ଜଜ୍ ପଦବୀକୁ ଉନ୍ନୀତ ହେବା ପରେ ଶ୍ରୀ ଆଦିତ୍ୟ କୁମାର ମହାପାତ୍ର ହାଇକୋର୍ଟର ପୁରାତନ ବିଲଡିଂସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ କରିଛନ୍ତିା
ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍. ମୁରଲୀଧର ନ୍ୟାୟମୂର୍ତ୍ତି ଶ୍ରୀ ଆଦିତ୍ୟ କୁମାର ମହାପାତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ଜଜ୍ ଭାବେ ଶପଥ ପାଠ କରାଇଥିଲୋ ଏହି ଉତ୍ସବରେ ଓଡ଼ିଶା ହାଇକୋର୍ଟର ଅନ୍ୟ ସମସ୍ତ ବିଚାରପତି ଓ ପୂର୍ବତନ ବିଚାରପତିମାନେ ଉପସ୍ଥିତ ଥିଲୋ କୋଭିଡ୍ ମାର୍ଗଦର୍ଶିକାର ସମୁଚିତ ଅନୁପାଳନ କରାଯାଇ ଏହି ସଂକ୍ଷିପ୍ତ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲାା ଏହି ଉତ୍ସବକୁ ମଧ୍ୟ ହାଇକୋର୍ଟର ୟୁ-ଟ୍ୟୁବ ଚ୍ୟାନେଲ୍ ମାଧ୍ୟମରେ ସିଧାସଳଖ ପ୍ରସାର କରାଯାଇଥିଲାା
Sign in
Sign in
Recover your password.
A password will be e-mailed to you.