ମାନେଶ୍ୱର ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ୍ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ରଘୁନନ୍ଦନ

0

ସମ୍ବଲପୁର/ ଭୁବନେଶ୍ବର: ସମ୍ବଲପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ୍ କାର୍ଡ ବଣ୍ଟନ କରାଯାଇଛି । ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ସହ ଜିଲ୍ଲାର ୯ ଗୋଟି ବ୍ଲକ୍ ଅଞ୍ଚଳରେ ଏହି ସ୍ମାର୍ଟ୍ କାର୍ଡ ର ବଣ୍ଟନ କାର୍ଯ୍ୟକ୍ରମ ଚାଲୁଅଛି। ଏହି ପରିପ୍ରେକ୍ଷୀରେ ଆଜି ଜଳସମ୍ପଦ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ମାନେଶ୍ୱର ବ୍ଲକ ଅନ୍ତର୍ଗତ ଦେବଗାଁ ଗ୍ରାମ ପଞ୍ଚାୟତ, ଧମା ଗ୍ରାମ ପଞ୍ଚାୟତ ଏବଂ ଡକରା ଗ୍ରାମ ପଞ୍ଚାୟତ ଗସ୍ତ କରି ହିତାଧିକାରୀ ମାନଙ୍କୁ ଏହି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର ସ୍ମାର୍ଟ୍ କାର୍ଡ ବଣ୍ଟନ କରିଛନ୍ତି। ଦେବଗାଁ ଠାରେ ପ୍ରାୟ ୧୬୯ ଜଣ ହିତାଧିକାରୀ, ଧମା ଠାରେ ୧୫୨ ଏବଂ ଡକରା ଠାରେ ପ୍ରାୟ ୧୫୨ ଜଣ ହିତାଧିକାରୀ ମାନଙ୍କୁ ଏହି ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା। ଏହି ଅବସରରେ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ ନାୟକ ମଧ୍ୟ ଉପସ୍ଥିତ ଥିଲେ |
ଏହା ସହିତ ମନ୍ତ୍ରୀ ସ୍ଥାନୀୟ ଗ୍ରାମବାସୀ ମାନଙ୍କ ସହ ଗ୍ରାମରେ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ ତଥା ସେମାନଙ୍କର ସମସ୍ୟାଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସସବୁର ଯଥା ଶୀଘ୍ର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମାନେଶ୍ୱର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.