ଭୁବନେଶ୍ୱର : କିସ୍ର ୧୧ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ କ୍ୱାଲିଫାଏ କରି ବିଭିନ୍ନ ମେଡିକାଲ କଲେଜରେ ଏମ୍ବିବିଏସରେ ନାମଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଏକାଥରକେ ନିଟ୍ କ୍ୱାଲିଫାଏ କରିବା କିସ୍ ଇତିହାସରେ ପ୍ରଥମ । ଏମାନଙ୍କ ମଧ୍ୟରୁ ୫ରୁ ଉର୍ଧ୍ଵ ଛାତ୍ରଛାତ୍ରୀ ସେମାନଙ୍କ ର୍ୟାଙ୍କ ଅନୁସାରେ ବିଭିନ୍ନ ସରକାରୀ ମେଡିକାଲ୍ କଲେଜରେ ନାମ ଲେଖାଇବା ପାଇଁ ଯୋଗ୍ୟତା ଅର୍ଜ୍ଜନ କରିଥିବାବେଳେ ଅନ୍ୟମାନେ କିପରି କିମ୍ସ ସମେତ ଅନ୍ୟାନ୍ୟ ଘରୋଇ ମେଡିକାଲ କଲେଜରେ ନାମ ଲେଖାଇ ପାରିବେ ସେଥିପାଇଁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍ୟମ କରୁଛନ୍ତି । କିସ୍ର ଛାତ୍ର ପିଟର ମୁଣ୍ଡା, ଧରଣୀଧର ବରିହାଁ, ଲକ୍ଷ୍ମୀକାନ୍ତ ଭୁଏ, ଦିଲିପ ଟେଟେ, ସରୋଜ କୁମାର ଦେହୁରୀ, ବୃନ୍ଦାବନ ମାଝୀ, ସହଦେବ ମାଝୀ, ସମୀର କୁମାର ନାଏକ, ଛାତ୍ରୀ ଖି୍ରଷ୍ଟିନା ପ୍ରଧାନ, ସେବତୀ ଟୁଡୁ ଏବଂ ନମ୍ରତା ହାଁସଦା ନିଟ୍ କ୍ୱାଲିଫାଏ କରିଛନ୍ତି । କିସରେ ପାଠପଢ଼ି ସେମାନଙ୍କ ପିଲାମାନେ ନିଟ୍ କ୍ୱାଲିଫାଏ କରି ବିଭିନ୍ନ ସରକାରୀ ମେଡିକାଲ୍ କଲେଜରେ ଡାକ୍ତରୀ ପାଠ ପଢିବାର ସୁଯୋଗ ପାଇ ପାରୁଥିବାରୁ ଜନଜାତି ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । କରୋନା କାଳ ମଧ୍ୟରେ ଛାତ୍ରଛାତ୍ରୀମାନେ କିପରି ନିଟ୍ରେ ସଫଳତା ହାସଲ କରିବେ ସେଥିପାଇଁ କିସ୍ ପକ୍ଷରୁ ସେମାନଙ୍କର ସମସ୍ତ ପ୍ରକାର ଯତ୍ନ ନିଆଯିବା ସହ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିୟମିତ ପରାମର୍ଶ ପ୍ରଦାନ କରିଆସୁଥିଲେ । ଏହି ସଫଳତାରେ ଖୁସିବ୍ୟକ୍ତ କରି ଶ୍ରୀ ସାମନ୍ତ ନିଟ୍ କ୍ୱାଲିଫାଏ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, କିସ୍ରେ ଉତ୍ତମ ଶୈକ୍ଷିକ ବାତାବରଣ ଓ ପିଲାମାନଙ୍କ ଉପଯୁକ୍ତ ଯତ୍ନ ଯୋଗୁଁ କିସ୍ର ଅନେକ ଛାତ୍ରଛାତ୍ରୀ ବିଭିନ୍ନ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଓ ସରକାରୀ ଏବଂ ଘରୋଇ ନିଯୁକ୍ତି ପାଇପାରୁଛନ୍ତି । ନିକଟରେ କିସ୍ର ୪ଜଣ ଛାତ୍ର ସବଇନ୍ସପେକ୍ଟର ଚାକିରି ପାଇପାରିଥିବା ବେଳେ ଅନେକ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସରେ କ୍ୱାଲିଫାଏ କରି ବିଭିନ୍ନ ଆଇଆଇଟି,ଏନ୍ଆଇଟି ଭଳି ସର୍ବଭାରତୀୟ ସମ୍ମାନଜନକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଅଛନ୍ତି ।
Sign in
Sign in
Recover your password.
A password will be e-mailed to you.