ନୂଆଗାଁ.(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ବିରୋଧୀ ଶୂନ୍ୟ ହେବା ରେ ଲାଗିଥିବା ବେଳେ କୋଣ ଅନୁକୋଣରେ ଶଙ୍ଖ ନାଦ ଶୁଣିବାକୁ ମିଳୁଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ, ଲୋକାଭିମୁଖୀ କାର୍ଯ୍ୟ ଏବଂ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ଆଦର୍ଶ ଏବଂ ଅଞ୍ଚଳ ର ବିକାଶ ଉପରେ ଅହରହ ପ୍ରଚେଷ୍ଟା ରେ ଅନୁପ୍ରାଣୀତ ହୋଇ ନୂଆଗାଁ ପଞ୍ଚାୟତ ବୁଢ଼ାବାରୀ ଗ୍ରାମ ର ୱାର୍ଡ ସଭ୍ୟ ତ୍ରିନାଥ କଅଁର ବିଜେଡ଼ି ରେ ଯୋଗ ଦେଇଛନ୍ତି।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ୱାର୍ଡ ସଭ୍ୟ ତ୍ରିନାଥ କଅଁର ଙ୍କୁ ଉତ୍ତରୀୟ ଦେଇ ଦଳକୁ ପାଛୋଟି ନେଇଥିଲେ।ୱାର୍ଡ ସଭ୍ୟଙ୍କ ଯୋଗଦାନ ସମୟରେ ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ପୂର୍ବତନ ନାଏବ ସରପଞ୍ଚ ତଥା ଖାଲ ମଡ଼ା ଗ୍ରାମ ର ବିଜେଡ଼ି ସଂଗଠକ ପ୍ରକାଶ ପ୍ରଧାନ,ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା, ବରିଷ୍ଠ ବିଜେଡ଼ି କର୍ମୀ ତ୍ରିଲୋଚନ ପରିଡ଼ା,ଟୁଟୁ ପଟ୍ଟନାୟକ,ଦିଲ୍ଲୀପ କୁମାର ନାୟକ, ବନାମ୍ବର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଦଶପଲ୍ଲା ବିଧାୟକ ଙ୍କ ହାତ ମୁଠା କୁ ସୁଦୃଢ଼ କରିବା ପାଇଁ ଶପଥ ନେଇଥିଲେ।
Sign in
Sign in
Recover your password.
A password will be e-mailed to you.