ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ : ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଏନ ଏ ସି କଲ୍ୟାଣ ମଣ୍ଡପ -1 ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା ।ଏହି ସମ୍ବର୍ଦ୍ଧନା ସଭାରେ ଲକ୍ଷ୍ମୀଚନ୍ଦ କୋଶଳେ ଓ ଶ୍ୟାମଲତା କୋଶଳେ ଙ୍କ ସୁପୁତ୍ରୀ ମିଶା କୋଶଳେ ଛତିଶଗଡ଼ ସିଭିଲ ସର୍ଭିସ ପରୀକ୍ଷାରେ ୪ର୍ଥ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇ ଛତିଶଗଡ଼ ସରକାର ଡେ଼ପୁଟିକଲେକ୍ଟଲ ଭାବରେ ବର୍ତ୍ତମାନ ନିଯୁକ୍ତି ପାଇଛନ୍ତି। ମିଶା କୋଶଳେ ଙ୍କୁ ଖଡ଼ିଆଲ ସତନାମୀ ସମାଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧିନା ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାଣ୍ଡେ ,ବିଶିଷ୍ଟ ଅତିଥି ଭାବରେ ଜିଲ୍ଲାପରିଷଦ ସଦସ୍ୟ ଲମ୍ବୋଦର ନିଆଲ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ନଗର ପାଳ ନିମାଇଁ ଚରଣ ତାଣ୍ଡି, ସାମୁଏଲ ଦାନୀ ଇଂରାଜୀ ଅଧ୍ୟାପକ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ,ତୁଳସୀ ତାଣ୍ଡି ବରିଷ୍ଠ ଆଇନଜୀବୀ , ଯଶୋମତି ବଂଜାରେ,ନବୀନ ଚନ୍ଦ୍ର ଧିରି ,ଫକୀରମୋହନ ଜଗତ ଜିଲ୍ଲା ଅନୁସୂଚିତ ଜାତ ସଭାପତିି ,ଓମ ପ୍ରକାଶ ମନହାରେ ଗ୍ରାମ ସଭାପତି ସତ ନାମୀ ସମାଜ ଖଡ଼ିଆଲ, ଧରମ ସୋନ ବାନି,ମୋହନ ନାରଙ୍ଗ, ହୀରାମନ ବଘେଲ ,ଜ୍ୟୋତିଲାଲ ବଞ୍ଜରେ ରାଜ୍ୟ ସଭାପତି ସତ ନାମୀ କଲ୍ୟାଣ ସମିତି ଓଡ଼ିଶା ମଞ୍ଚ ପ୍ରମୁଖ ଯୋଗ ଦେଇଥିଲେ। ଏ ଅବସରରେ ଶତାଧିକ ପୁରୁଷ ,ମହିଳା ଯୋଗଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.