ଓଡିଶା କନିଷ୍ଠ ଶିକ୍ଷକ ସଂଘଙ୍କ ଦୁଇ ଦଫା ଦାବୀପତ୍ର ।

0 2

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ରାୟଗଡ ଜିଲ୍ଲା ମନିଗୁଡା ବ୍ଲକର ଓଡିଶା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଦୁଇ ଦଫା ଦାବୀପତ୍ର ବିଇଓ ଓ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଦୁଇହଜାର ଷୋହଳ ମସିହା ଠାରୁ ଆଜି ପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକ ମାନଙ୍କର ବିଭିନ୍ନ ଦାବୀ ସରକାରଙ୍କ ପାଖରେ ଉପସ୍ଥାପନ କରି ଆସୁଛି। ଶିକ୍ଷା ବୋଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରୁଥିବା ଶିକ୍ଷକ ମାନେ ଦେଶର ଭବିଷ୍ୟତ ତିଆରି କରୁ ଥିବା ବେଲେ ଏବଂ ସରକାରଙ୍କ ବିଭିନ୍ନ ଯୋଜନାରେ ଜନ ସାଧାରଣଙ୍କୁ ସାହାଯ୍ୟ କରି ଆସୁଛନ୍ତି। କିନ୍ତୁ ଦରମା ବୃଦ୍ଧି ନେଇ ବାରମ୍ବାର ପ୍ରତିଶ୍ରୁତି ଦେଇ ସରକାର ଟାଳଟୁଳ ନୀତି ଅବଲମ୍ବନ କରିଛନ୍ତି । ନିକଟରେ କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ଚୂକ୍ତି ଭିତିକ ନିକଉକ୍ତି ପ୍ରଥାକୁ ଉଚ୍ଛେଦ କରିବା ଘୋଷଣା କରିଥିଲେ। କିନ୍ତୁ ଓଡିଶା ବର୍ଗ-ଗ ( ଚୂକ୍ତିନାମା ଦୁଇହଜାର ତେର) ନିୟମ ଅନୁସାରେ ଆସୁଥିବା ସମସ୍ତ କ୍ଷେତ୍ରରେ ଲାଗୁ କରିଛନ୍ତି। ଯାହାକୁ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଉପକୃତ ହୋଇଛନ୍ତି। କିନ୍ତୁ ୨୦୧୮ ମସିହାରେ ସରକାର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କୁ (ଶିକ୍ଷା ସହାୟକ)ରୁ ଚୁକ୍ତିଭିତିକ କନିଷ୍ଠ ଶିକ୍ଷକ ନିଯୁକ୍ତ କରିଥିଲେ। କିନ୍ତୁ ଚୂକ୍ତି ଭିତିକ କର୍ମଚାରୀ ଯେତ୍ରରେ ଦିଆ ଯାଇଥିବା କୌଣସି ସୁବିଧା ସୁଯୋଗ ପାଇ ନାହଁନ୍ତି । ଫଳତଃ ଶିକ୍ଷକ ଗୋଷ୍ଠୀ ମଧ୍ୟରେ ନିରାଶା ଖେଳିଯାଇଛି । ନିଜର ଦାବି ପାଇଁ କନିଷ୍ଠ ଶିକ୍ଷକ ସଂଘ ତରଫୁର ପ୍ରାୟ ତିରିଶି ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇସଭାପତି ସୁଶିଲି ମୋଲିକ, ଉପ ସଭାପତି ପ୍ରଶାନ୍ତ କୁମାର ନାୟକ, କୋଷାଧ୍ୟକ୍ଷ ଅଶ୍ବିନୀ ବାରିକଙ୍କ ନେତୃତ୍ବରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୀଲିପ କୁମାର ବେହେରା ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମିଶ୍ର ଙ୍କ ଜରିଆରେ ଦୁଇ ଦଫା ଦାବୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବୀ ପ୍ରଦାନ କରିଛନ୍ତି।

 

Leave A Reply

Your email address will not be published.