ଝାରବନ୍ଧ ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି ହେଲେ ଯୁବ ସଞ୍ଚାର ବାୟକ ହର୍ଷବର୍ଦ୍ଧନ ଲୁହାର, ବିଭିନ୍ନ ଅନୁଷ୍ଠାନ ତରଫରୁ ସ୍ୱାଗତ

0 2

ଝାରବନ୍ଧ-ମନୋହର ଦାଶ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି ଭାବେ ଯୁବ ସଞ୍ଚାର ବାୟକ ହର୍ଷବର୍ଦ୍ଧନ ଲୁହାରଙ୍କୁ ଜିଲ୍ଲା ସଂସ୍କୃତି ଅଧିକାରୀ କଲ୍ୟାାଣୀ ଦାସ ଅନୁମୋଦନ କରିଛନ୍ତି। ଝାରବନ୍ଧ ବ୍ଲକର ୧୪ ଗୋଟି ଗ୍ରାମ ପଞ୍ଚାୟତର କଳାକାର ମାନଙ୍କର ଅନେକ ଦିନର ଆଶା ସଫଳ ହୋଇଛି। ବ୍ଲକର ସବୁ ବର୍ଗର ସମସ୍ତ କଳାକାର ଏକ ବୈଠକ କରି ସର୍ବସମ୍ମତି କ୍ରମେ ଯୁବ ସଞ୍ଚାର ବାୟକ ହର୍ଷବର୍ଦ୍ଧନ ଲୁହାରଙ୍କୁ ଝାରବନ୍ଧ ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି କରାଯିବା ପାଇଁ ତଥା କଳାକାରମାନଙ୍କର ହକ୍ଅଧିକାର ପାଇଁ ଏକ ବିରାଟ ରେଳିରେ ମାଧ୍ୟମରେ ଶହ ଶହ କଳାକାର ବିଡିଓ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ , ଯାହାକୁ ଆଜି ବରଗଡ କଳା ସଂସ୍କୃତି ଅଧିକାରୀ କଲ୍ୟାଣୀ ଦାସ ଯୁବ ସଞ୍ଚାର ବାୟକ ଶ୍ରୀ ଲୁହାରଙ୍କୁ ଝାରବନ୍ଧ ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି ଭାବେ ଅନୁମୋଦନ କରିଥିବା ଚଠି ବିଭାଗୀୟ ଅଧିକାରୀ, ଶ୍ରୀ ଲୁହାର ଏବଂ ପୂର୍ବତନ ଉପସଭାପତି ଙ୍କ ଅବଗତି ନିମନ୍ତେ ପ୍ରେରଣ କରିଛନ୍ତି ।ଏହ ଖବର ପାଇ ଝାରବନ୍ଧ ବ୍ଲକ ଅଞ୍ଚଳର ସବୁ ବର୍ଗର କଳାକାର, କଳାପ୍ରେମୀ, ସଂସ୍କୃତି ପ୍ରେମୀ ତଥା ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ଏବଂ ଶ୍ରୀ ଲୁହାରଙ୍କୁ ଶୁଭେଛ୍ଛା ର ସୁଅ ଛୁଟିଛି । ଶ୍ରୀ ଲୁହାର ଜଣେ ସଂଚାର ବାୟକ ଭାବେ ଓଡିଶା ତଥା ପଡୋଶୀ ରାଜ୍ୟ ମାନଙ୍କରେ ବେଶ ସୁପରିଚିତ ,ତାଙ୍କ ଦର୍ଶକ ମହଲରୁ ମଧ୍ୟ ଶୁଭେଛ୍ଛା ବାର୍ତ୍ତା ଆସିଛି । ଶ୍ରୀ ଲୁହାର ଙ୍କୁ ଏହି ବିଷୟରେ ପଚାରିବାରୁ…. ମୁଁ ତୃତୀୟ ଶ୍ରେଣୀ ଅଧ୍ୟୟନ କରୁଥିବା ସମୟରୁ ସଂଚାର କଳା ପ୍ରତି ଆକର୍ଷିତ ହୋଇଥିଲି ଏବଂ ମୋର ବଡ ବାପା କୁଞ୍ଜ ବିହାରୀ ଲୁହାର ଙ୍କ ଠାରୁ ପ୍ରେରଣା ପାଇ ସଂଚାର କଳାକୁ ନିଜର ନିଶା ଭାବେ ଗହଣ କଲି ଯାହା ମୋର ଜିବନର ସବୁକିଛି ଅଟେ । କଳା ସଂସ୍କୃତି ଏବଂ କଳାକାର ମାନଙ୍କର ବିକାଶ ପାଇଁ ମୁଁ ସବୁବେଲେ ସଦାସର୍ବଦା କଳାକାର ମାନଙ୍କ ପାଇଁ ସମର୍ପିତ । ଆଜିର ଏହି ଗୁରୁ ଦାୟିତ୍ବ ପାଇବାରେ ସମସ୍ତ କଳାକାର , କଳାପ୍ରେମୀ ଏବଂ ଗୁରୁଜନ ଙ୍କ ଭଳପାଇବା ଏବଂ ଆର୍ଶିବାଦ ର ଫଳ ଅଟେ । ଆଗାମୀ ଦିନରେ ଝାରବନ୍ଧ ବ୍ଲକ ଅଞ୍ଚଳର ସମସ୍ତ କଳାକାର ମାନଙ୍କର ଦୁଃଖ ସୁଖରେ ସାମିଲ ହୋଇ ସରକାରଙ୍କର ଆଦେଶ ଅନୁସାରେ ଆସୁଥିବା ସମସ୍ତ କାର୍ଯ୍ୟକ୍ରମ ମିଳିମିଶି କରାଯିବ , କଳା ସଂସ୍କୃତି କ୍ଷେତ୍ରରେ କଳାକାର ଦକ୍ଷତା ବୃଦ୍ଧି ଏବଂ କଳାକାରଙ୍କ ହକ୍ ଅଧିକାର ବିଷୟ ମାନଙ୍କରେ ସଦା ସର୍ବଦା ଉପଯୁକ୍ତ ପଦକ୍ଷେପ ନେଇ ଉତ୍ସର୍ଗିକୃତ ଭାବରେ କାର୍ଯ୍ୟ କରିବି ବୋଲି ସେ କହିଛନ୍ତି।

Leave A Reply

Your email address will not be published.