ପଦ୍ମପୁର(ଶାସକପ୍ରଶାସକ)- ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜନକେଡା ଠାରେ ଥିବା ଗୋପବନ୍ଧୁ ସେବା ସଦନର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ସୁବ୍ରତ କୁମାର ବିର୍ତ୍ତିଆଙ୍କ ସଭାପତିତ୍ୱରେ ହୋଇଥିବା ଉକ୍ତ ବୈଠକରେ ଅନ୍ତେବାସୀ ମାନଙ୍କ ସୁବିଧା ଅସୁବିଧା ତଥା ଗୋପବନ୍ଧୁ ସେବାସଦନ ଆଶ୍ରମର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଗୋପବନ୍ଧୁ ସେବା ସଦନର ମାୟାଧର ସେଠ, ନାଥ ମୁନା, ଡୋଲାମଣି ମେହେର, ଫକୀର ସାହୁ, କେଶବ ପଟେଲ, ତେଜରାଜ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ନବ ଗଠିତ ପରିଚାଳନା କମିଟିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ନିଷ୍ପତ୍ତି ଅନୁସାରେ ଏଣିକି ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ବୈଠକ ବସି ବିଭିନ୍ନ ବିଷୟରେ ଆଲୋଚନା କରାଯିବ।
Sign in
Sign in
Recover your password.
A password will be e-mailed to you.