ଏସିସି ସିମେଣ୍ଟ ପକ୍ଷରୁ କଣ୍ଟ୍ରାକଟର ଓ ଇଂଜିନିୟର ମାନଙ୍କର ଟ୍ରେନିଂ କ୍ୟାମ୍ପ ।

0

ଭଦ୍ରକ (ସତ୍ୟଭୂଷଣ ସ୍ବାମୀ) : ୧୯୩୬ ମସିହାରୁ ଦଶଜଣିଆ ପାର୍ଟନର ମିଳିତ ହୋଇ ଆରମ୍ଭ କରିଥିଲେ Accociate Cement Company (ACC) | ଏହି ସିମେଣ୍ଟ କମ୍ପାନୀ ଆଜି ଭାରତରେ ନିଜର ସୁନାମ ଆଣିବା ସହିତ ୮୫ ବର୍ଷରେ ପଦାର୍ପଣ କରିଛି । ଏହି ସମୟ ମଧ୍ୟରେ କମ୍ପାନୀ ଅନେକ ସଂଘର୍ଷ କରିଥିବା ବେଳେ ଲୋକଙ୍କ ପାଇଁ ଉଚିତ ସେବା ଯୋଗାଇ ଦେଇଛି । ଏ ବିଷୟରେ ଲୋକ ମାନଙ୍କୁ ଆହୁରି ଜାଗୃତ କରିବା ପାଇଁ ଏବଂ ଠିକାଦାର ମାନଙ୍କୁ ପ୍ରୋତ୍ସାହନ ଦେବା ସହିତ ଇଂଜିନିୟର ମାନେ ଏହି ସିମେଣ୍ଟ କାର୍ଯ୍ୟକୁ ତଦାରଖ କରି ଭଲ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେବା ପାଇଁ ଏପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କମ୍ପାନୀ ଏରିଆ ଇନଚାର୍ଜ ଉଜ୍ଜ୍ୱଳ କୁମାର, ସମ୍ମାନିତ ଅତିଥି ଭାବରେ ଅକ୍ଷୟ ନାରାୟଣ ଦାସ, ଭଦ୍ରକ ଡିଷ୍ଟ୍ରିବ୍ୟୁଟର ପାର୍ଟନର ଜିତେନ୍ଦ୍ର ପାଢ଼ୀ ଏବଂ ଜିଲ୍ଲା ସେଲସ ସର୍ଭିସ ଅଫିସର ଇଂ ସୌମ୍ୟକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅନେକ ଠିକାଦାର ଏବଂ ଗ୍ରାହକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.