ଖରମୁଣ୍ଡା ରକ୍ତଦାନ ଶିବିରକୁ ଉଦ୍ଘାଟନ କଲେ ଯୁବନେତା ସୁବ୍ରତ ସିଂ: ସଂଗୃହୀତ ହେଲା 56 ୟୁନିଟ ରକ୍ତ

0

ବରଗଡ଼ :- ମୁଖ୍ୟମନ୍ତ୍ରୀ ଙ୍କର ପ୍ରେରଣାରେ ବିଜୁ ଜନତା ଦଳର ଓଡିଶା ମୋ ପରିବାର ତରଫରୁ ରାଜ୍ୟରେ ରକ୍ତର ଅଭାବ କୁ ଦୂର କରିବା ପାଇଁ ଜୀବନ ବିନ୍ଦୁ କାର୍ଯକ୍ରମ ର ଆରମ୍ଭ କରାଯାଇଥିଲା । ମୋ ପରିବାର ର ଓଡିଶା ବରୀଙ୍କର ସେବା ପ୍ରତି ରହିଥିବା ମନୋଭାବ ଓ ବିଜୁ ଜନତା ଦଳର କର୍ମୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ କାରଣରୁ ଆଜି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସଫଳତାର ଶୀର୍ଷରେ ପହଞ୍ଚିବାରେ ଲାଗିଛି । ବରଗଡ଼ ଜିଲ୍ଲାର ଓଡିଶା ମୋ ପରିବାର ର ସଂଯୋଜକ ଶ୍ରୀ ଗୌରହରି ମିଶ୍ର , ଜୀବନ ବିନ୍ଦୁ କାର୍ଯକ୍ରମ ର ସହ ସଂଯୋଜକ ସମାଜସେବୀ ଆଶ୍ୱିନୀ ତ୍ରିପାଠୀ ଙ୍କର ପ୍ରୟାସ ତଥା ରାଜ୍ୟ ସରକାର ଙ୍କର ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ବରିଷ୍ଟ ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ ବରିହା , , ଯୁବ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ଯ୍ୟ , ବିଧାୟିକା ଶ୍ରୀମତୀ ରିତା ସାହୁ ଓ ଶ୍ରୀମତି ସ୍ନେହାଙ୍ଗିନୀ ଛୁରିଆ ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ କ୍ରମାଗତ ଭାବରେ ରକ୍ତଦାନ ଶିବିରର ଅୟୋଜନ କରାଯାଇ ଜିଲ୍ଲାର ବିଭିନ୍ନ ରକ୍ତଭଣ୍ଡାର ମାନଙ୍କୁ ପ୍ରେରଣ କରାଯାଉଛି ।

ଏହି ମହତ ଅଭିଯାନରେ ଆଜି ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଠାରେ ମାଁ ବର୍ଲାକଟିଏନ ସାଂସ୍କୃତିକ ପରିଷଦ କ୍ଲବ ଏବଂ ବିଜୁ ଯୁବ ଜନତା ଦଳ ତରଫରୁ ଆୟୋଜିତ ଜୀବନ ବିନ୍ଦୁ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଯୁବନେତା ଶ୍ରୀ ସୁବ୍ରତ ସିଂହ, ସମ୍ମାନୀତ ଅତିଥି ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଜନାର୍ଧନ ପାଣିଗ୍ରାହୀ, ଯୁବନେତା ସୌରଭ ସାହୁ, ନେତ୍ରୀ ଶକୁନ୍ତଳା ମହାପାତ୍ର, ଯୁବ ସଭାପତି ଶ୍ରୀ ସର୍ଜନ ଚିରଗୁନ, ବ୍ଲକ୍ ସଭାନେତ୍ରୀ ଶ୍ରୀମତି ମିନୁ ଶର୍ମା, ଡାକ୍ତର ସୁଦାମ ବାବୁ,ସରପଂଚ ସମିତି ଏବଂ ଦଳୀୟ ନେତୃବୃନ୍ଦ ଯୋଗଦେଇ ରକ୍ତଦାତା ମାନଂକୁ ଉତ୍ସାହିତ କରିଥିଲେ। ଏହି ରକ୍ତଦାନ ଶିବିରର ମଞ୍ଚ ସଭାପତି ବିଜୁ ମହିଳା ଜନତା ଦଳର ଜିଲ୍ଲା ଡିଜିଟାଲ ସେକ୍ରେଟାରୀ ଶ୍ରୀମତି ରଶ୍ମିତା ମେହେର, ଅକ୍ଷୟ ରଣା, ଗୌତମ ଗଡ଼ତିଆ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଏଥିରେ ସର୍ବମୋଟ ୫୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବା ମୋ ପରିବାରର ସଂଯୋଜକ ଶ୍ରୀ ଗୌରହରି ମିଶ୍ର ଓ ଯୁବ ଜନତା ଦଳର ସଭାପତି ଶ୍ରୀ ତ୍ରିପାଠୀ ଜଣାଇଛନ୍ତି |

Leave A Reply

Your email address will not be published.