ସରକାରଙ୍କ ମାଳ ମାଳ ଯୋଜନା ଭିତରେ ବି ଅବହେଳିତ , ଟିକେ ଶୁଣନ୍ତେନି ପ୍ରଶାସନ !!

0

ଭଙ୍ଗା କୁଡିଆ ଘରେ ବିତୁଛି ବୃଦ୍ଧ ଦମ୍ପତି ଙ୍କ ଜୀବନ

ପଦ୍ମପୁର(ଶାସକପ୍ରଶାସକ)-ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲାଟ ବ୍ଲକ ଚିଖିଲି ଗ୍ରାମପଞ୍ଚାୟତ ର ଚିଖିଲି ଗ୍ରାମ ରେ ଏକ ଜରା ଯିର୍ଣ କୁଡିଆ ଘରେ ବିତୁଛି ବୃଦ୍ଧ ଦମ୍ପତି ଙ୍କ ଜୀବନ। ବୃଦ୍ଧ ଘରନୁ ସାହୁ (୭୧) ତାଙ୍କ ସ୍ତ୍ରୀ ମଥୁରା ସାହୁ(୬୨) ତାଙ୍କ ଗୋଟିଏ ଝିଅ କିଛି ବର୍ଷ ଆଗରୁ ତାଙ୍କ ଝିଅ ର ବାହାଘର ସରିଛି। ବର୍ତ୍ତମାନ ତାଙ୍କ କୁଡିଆ ଘରେ କେବଲ ବୃଦ୍ଧ ଦମ୍ପତି ରହୁଛନ୍ତି। ସରକାରୀ ସହାୟତା କହିଲେ ଦୁଇଜଣଙ୍କ ମାସକୁ ୧୦ କିଲୋ ଚାଉଳ ଏବଂ କେବଲ ଘରନୁ ସାହୁ ଙ୍କ ଭତ୍ତା ୫୦୦ ଟଙ୍କା, ତାଙ୍କ ସ୍ତ୍ରୀ ମଥୁରା ସାହୁ ଙ୍କ ବୟସ (୬୨) ବର୍ଷ ହୋଇଥିଲେ ଶୁଦ୍ଧା ଏ ପର୍ଯ୍ୟନ୍ତ ସିଏ ଭତ୍ତା ପାଇବାରୁ ବଞ୍ଚିତ। ଇନ୍ଦିରା ଆବାସ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଖଣ୍ଡେ ଯୋଗାଇ ଦେବା ପାଇଁ ବୃଦ୍ଧ ଦମ୍ପତି ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ଗାଇସିଲେଟ ବିଡ଼ିଓ ପର୍ଯ୍ୟନ୍ତ ନିଜ ଟିପ ଚିହ୍ନ ଥିବା ଦରଖାସ୍ତ ଦେଇଥିଲେ ଶୁଦ୍ଧା କେହି ତାଙ୍କ ଗୁହାରି ଶୁଣୁନଥିବା କଥା କୋହଭରା କଣ୍ଠରେ ବୃଦ୍ଧ ଦମ୍ପତି କହୁଛନ୍ତି। ତାଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ ହୋଇଯାଇଛି।ଏ ବିଷୟରେ ଆମ ପ୍ରତିନିଧି ସ୍ଥାନୀୟ ସରପଞ୍ଚ ଙ୍କୁ ପଚାରିବାରୁ ସରପଞ୍ଚ କହିଥିଲେ ଘଟଣା ରେ ସତ୍ଯତା ଅଛି।ମୋ ପଞ୍ଚାୟତ କୁ ଏ ପର୍ଯ୍ୟନ୍ତ ନୂତନ ଇନ୍ଦିରା ଆବାସ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଗୃହ ଆସୁନାହିଁ, ସେଥିପାଇଁ ସେମାନେ ପୂର୍ବରୁ ଅଭିଯୋଗ କରିଆସୁଥିଲେ ଶୁଦ୍ଧା ମୁଁ ନିରୁପାୟ ବୋଲି ସ୍ଥାନୀୟ ସରପଞ୍ଚ ପ୍ରେମରାଜ ଅଗ୍ରୱାଲ କହିଛନ୍ତି। ବିଗତ ଦିନରେ ଏହି ଗ୍ରାମ ପଞ୍ଚାୟତ ରେ ଜଣେ ଜଣେ ହିତାଧିକାରୀ ଦୁଇ ଦୁଇଟି ଆବାସ ଯୋଜନା ପାଇଛନ୍ତି,କିଏ ପୁରୁଣା ଘର ଦେଖାଇ ଆବାସ ଯୋଜନା ର ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା ଯାହାକି ସରକାରୀ ସ୍ତରରେ ତଦନ୍ତ ହେଉଛି। କିନ୍ତୁ ଯାହାର ରହିବାକୁ ଘର ଖଣ୍ଡେ ନାହିଁ,ଭଙ୍ଗା କୁଡିଆ ଘରେ ହାଡ ଭଙ୍ଗା ଶୀତ କାକର, ବର୍ଷା ଖରା ରେ ଜୀବନ ବିତାଉଛନ୍ତି ତାଙ୍କ ପାଇଁ ସରକାରୀ ଯୋଜନା ରେ ଘର ଖଣ୍ଡେ ନାହିଁ।ଏ ବିଷୟରେ ବରଗଡ଼ ଜିଲ୍ଲାପାଲ ଦୃଷ୍ଟିଗୋଚର କରନ୍ତୁ ବୋଲି ଜନସାଧାରଣ ଦାବି କରୁଛନ୍ତି।

Leave A Reply

Your email address will not be published.