ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ବିଭାଗ ତରଫରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼. ବୃଷକେତୁ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଧାନଚାଷ ସମ୍ବନ୍ଧରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଇଛି।
କେଉଁ କାରଣରୁ ଧାନଚାଷ ବ୍ୟାଘାତ ଘଟିଛି , ଫସଲ ନଷ୍ଟ ହେଉଛି। ଏହାର ସମାଧାନ ପାଇଁ ସ୍ୱଳ୍ପକାଳୀନ ଧାନଚାଷକୁ ବ୍ୟବହାର କରିବା ପାଇଁ ଶିକ୍ଷକ ହରିହର ଦାସ , ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର ଓ ଶ୍ରୀମତୀ ଜସ୍ମିନ ପାଢ଼ୀଙ୍କ ତତ୍ୱାବଧାନରେ ଛାତ୍ର ମାନେ ବିଭିନ୍ନ ସାହି ଓ ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଚାଷଜମି ପରିଦର୍ଶନ କରି ତଥ୍ୟ ସଂଗ୍ରହ କରୁଥିବା ଦେଖାଯାଇଛି।
ଚାଷଜମି ଗୁଡ଼ିକବର୍ଷା ଅଭାବରୁ ଏବଂ ଅନିୟମିତ ବର୍ଷା ଯୋଗୁଁ କିଭଳି ନଷ୍ଟ ହେଉଛି ଏବଂ ଏହାର ନିରାକରଣ ପାଇଁ ସ୍ୱଳ୍ପକାଳୀନ ଧାନଚାଷ କିଭଳି ଆପଣେଇ ହେବ ସେହି ସମ୍ବନ୍ଧରେସଚେତନତା ଓ ତଥ୍ୟ ସଂଗ୍ରହ କରିବା ପାଇଁ ପ୍ରୟାସ ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ବୋଲି ମତ ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.
Prev Post