ଉତ୍କଳ ଆଲୁମିନା କର୍ମଚାରୀ ସଂଘର ନିର୍ବାଚନ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

0

ନିଜ ସପକ୍ଷରେ ସମର୍ଥନ ଯୋଗାଡ ପାଇଁ ଉଦ୍ୟମ ଜୋରଦାର

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ :ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଦୋରାଗୁଡା ଠାରେ ଥିବା ଉତ୍କଳ ଆଲୁମିନା କାରଖାନା ପକ୍ଷ ରୁ ଅକ୍ଟବୋର ମାସ 25ତାରିଖ ଦିନ ହେବାକୁ ଥିବା ଆଞ୍ଚଳିକ କର୍ମଚାରୀ ସଂଘର ନିର୍ବାଚନ ପାଇଁ ସଭାପତି ସମ୍ପାଦକ ସାଧାରଣ ସମ୍ପାଦକ କୋଷାଧ୍ୟକ୍ଷ ଉପଦେଷ୍ଟା ସଭ୍ୟ ଭଳି ପଦ ପଦବୀ ପାଇଁ ପ୍ରାର୍ଥୀଙ୍କୁ ନିର୍ବାଚିତ କରାଯିବ |

ସଭାପତି ପାଇଁ ପରମେଶ୍ବର ନାୟକ, କିଶୋର ବାଗ, ଜୟଦାନ ନାୟକ ଓ ପରମାନନ୍ଦ ନାୟକ ପାର୍ଥି ହୋଇଥିବା ବେଳେ ସଧାରଣ ସମ୍ପାଦକ ପଦ ପାଇଁ ଭୀମସେନ ମାଝୀ ଓ କୈଳାଶ ମାଝୀ, ଉପ ସଭାପତି ପଦ ପାଇଁ ପ୍ରସନ ସଉନ୍ତା ଓ ସୁନାମ ନାୟକ, ଉପଦେଷ୍ଟା ପଦ ପାଇଁ କିଶୋର ଚନ୍ଦ୍ର ନାୟକ ଓ ଯତୀନ ନାୟକ ଓ କୋଷାଧ୍ୟକ୍ଷ ପଦ ପାଇଁ ରାଇଶିଂ ମାଝୀ ଓ ସେଶଗିରି ନାୟକ ପ୍ରତିଦ୍ବନ୍ଦ୍ବିତା କରୁଥିବା ସୂଚନା ମିଳିଛି |
ଉଭୟ ଗୋଷ୍ଠୀ ମଧ୍ୟରେ ନିଜ ନିଜ ସପକ୍ଷରେ ସମର୍ଥକ ଯୋଗାଡ କରି କୌଣସି ପ୍ରକାରେ ଭୋଟ ହାତେଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି | ପ୍ରକାଶ ଥାଉକି ଏହି ନିର୍ବାଚନରେ ଉତ୍କଳ ଆଲୁମିନା କର୍ମଚାରୀ ସଙ୍ଘ ର 201ଜଣ ସଦସ୍ୟଙ୍କୁ ନେଇ ମତଦାନ ହେବାର କାର୍ଯ୍ୟ ରହିଥିବା ବେଳେ ଉତ୍କଳ ଆଲୁମିନା ଅଗ୍ନିସମ ବିଭାଗ କାର୍ଯ୍ୟାଳୟ ନିକଟରେ ତାହା ଅନୁଷ୍ଠିତ ହେବ | ଏହି ନିର୍ବାଚନ ଉତ୍କଳ ଆଲୁମିନା ପକ୍ଷରୁ ପ୍ରଥମ ଥର ପାଇଁ ହେଉଥିବା ବେଳେ ଉତ୍କଳ ଆଲୁମିନା ମେନେଜ ମେଣ୍ଟ ଓ ଶ୍ରମିକ ବିଭାଗ ପକ୍ଷରୁ ନିର୍ବାଚନ ପରିଚାଳନା କରିବେ ବୋଲି ଜଣାପଡିଛି |

Leave A Reply

Your email address will not be published.