ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ପାରଳାଖେମୁଣ୍ଡି ନଗରରେ ଜନ ଜାଗରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏଇ ଅବସରରେ ଜିଲ୍ଲାରେ ଗୋ ହତ୍ଯା ଓ ଗୋ ଚାଲାଣ ରୋକିବା, ଧର୍ମାନ୍ତରୀକରଣ ବନ୍ଦ କରିବା, ବେଆଇନ ଅନୁପ୍ରବେଶକାରିଙ୍କୁ ଚିହ୍ନଟ କରିବା, ଲଭ୍ ଜିହାଦ ଓ ଭୂମି ଜିହାଦ ବନ୍ଦ କରିବା ଏବଂ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ, ହତ୍ୟା ଓ ଅତ୍ୟାଚାର ରୋକିବା ଆଦି ପ୍ରସଙ୍ଗକୁ ନେଇ ଜିଲ୍ଲାପାଳଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ଥିବା ବିରାଟ ବାଇକ୍ ରାଲି ଓ ଶୋଭାଯାତ୍ରାରେ ଜିଲ୍ଲାର ଶହ ଶହ କାର୍ଯ୍ୟକର୍ତ୍ତା , ସାଧୁ ସନ୍ଥ ଓ ପୁରୁଷ ମହିଳା ଯୋଗ ଦେଇ ଗୈରିକ ଧ୍ବଜ ଧରି ପ୍ରତିବାଦ ଧ୍ବନି ଦେଇ ନଗର ପରିକ୍ରମା କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନନୀୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ତଥା ପ୍ରନ୍ତୀୟ କାର୍ଯ୍ୟକର୍ତ୍ତା ମାନନୀୟ ଶ୍ରୀ ଆନନ୍ଦ ଜୀ ପାଣ୍ଡେ , ଶ୍ରୀ ଅରୁଣ କୁମାର ପଣ୍ଡା , ଶ୍ରୀ ତରଣୀ ସେନ ଦାସ , ଶ୍ରୀ ଅମ୍ବିକା ପ୍ରସାଦ ଦାଶ , ଶ୍ରୀ ଗୌତମ ମହାରଣା , ଶ୍ରୀ ରମାକାନ୍ତ ରଥ , ଶ୍ରୀ ନରେନ୍ଦ୍ର ଜାନୀ , ଶ୍ରୀ ମୁନିନ୍ଦ୍ର କୁମାର ଶବର , ଶ୍ରୀ କୌଳାଶ ଚନ୍ଦ୍ର ଗୌଡ଼, ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଶ୍ରୀ ଶ୍ୟାମ ସୁନ୍ଦର ଶବର , ଶ୍ରୀ ଲୋକନାଥ ମିଶ୍ର , ଶ୍ରୀ ତ୍ରିନାଥ ଶବର ,କୌଳାଶ ଚନ୍ଦ୍ର ପଟ୍ଟନାୟକ , ଶ୍ରୀ ମନୋଜ କୁମାର ଦାଶ, ଶ୍ରୀ ନାରାୟଣ ରଇତ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପୂଜ୍ୟ ଶ୍ରୀ ରାମାନନ୍ଦ ଦାସ ଜୀ, ପୂଜ୍ୟ ଶ୍ରୀ ନିଗମାନନ୍ଦ ଜୀ, ଶ୍ରୀ ଗୌରଙ୍ଗ ପାଣିଗ୍ରାହୀ, ପାରଳାଖେମୁଣ୍ଡି ବିଧାୟକ ମାନନୀୟ ଶ୍ରୀ କେ.ନାରାୟଣ ରାଓ, ଶ୍ରୀ ଅନାଦି ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.