ବାରଘରର ଲୋକଙ୍କର ଜୀବିକା ପାଇଁ ଜିଲ୍ଲା ପ୍ରଶାସନର ଅହରହ ଉଦ୍ୟମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨୦୧୮ ମସିହାର ତିତିଲି ମହାବାତ୍ୟାରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଗ୍ରାମ ଅଧିକା କ୍ଷତିଗ୍ରସ୍ଥ ହୋଇଥିଲା ଏପରିକି ବାତ୍ୟା ଏବଂ ବର୍ଷାରୁ ନିଜକୁ ରକ୍ଷା କରିବାକୁ ଯାଇ ୧୬ ଲୋକଙ୍କ ପ୍ରାଣହାନୀ ଘଟିଥିଲା।
ଏହା ପରେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ମିଳିତ ଭାବେ ସେମାନଙ୍କର ଆଶ୍ରୟ ସ୍ଥଳ , ଜୀବିକା ଏବଂ ଶିକ୍ଷାର ଉନ୍ନତି ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି । ସେଗୁଡିକ ହେଲା :- ସମସ୍ତ ପରିବାର ପାଇଁ ନୂଆ ବାରଘରରେ ଜାଗାଦେବା ସହ ସମସ୍ତଙ୍କ ପାଇଁ ବିଜୁ ପକାଘର ଯୋଜନାରେ ଘର କରି ଦିଆଯାଇଛି।
ଆଇ.ଏ.ପି ରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ ପୋଖରୀ ନିର୍ମାଣ କାର୍ଯ୍ୟ ସରିଛି। ଲୋକଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ପାଇଁ ସୌର ଶକ୍ତି ମାଧ୍ୟମରେ ଏକ ପାଇପ ଯୋଗ ଜଳ ଯୋଗାଣ କାର୍ଯ୍ୟକ୍ରମ କାର୍ଯ୍ୟ କରିଥଲା ବେଳେ ଦୁଇ ଗୋଟି ନଳକୂପ ଖନନ କରାଯାଇଛି।
ପ୍ରତ୍ୟେକ ଘରକୁ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା ଅଧିନରେ ମାଗଣାରେ ବିଦ୍ୟୁତ ଯୋଗାଣ କାର୍ଯ୍ୟ ସରିଛି। ଓଡ଼ିଶା ଜୀବିକା ମିଶନ ତରଫରୁ ଝାଡ଼ୁ ଉତ୍ପାଦନ କରୁଥିବା ତିନି ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଏକ producer ଗ୍ରୁପ ତିଆରି କରାଯାଇଛି।
ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୨୦୨୧-୨୦୨୨ ଆର୍ଥିକ ବର୍ଷରେ ୧୪୮୭ କର୍ମନିଯୁକ୍ତି ସୃଷ୍ଟି କରାଯାଇଥିବା ବେଳେ ଏହି ଯୋଜନା ମାଧ୍ୟମରେ ବିଭିନ୍ନ ଜୀବିକା ଉପାର୍ଜନ କରିପାରୁଥିବା ଯୋଜନା ହାତକୁ ନିଆଯାଇଛି।
ଉଦ୍ୟାନ ବିଭାଗ ତରଫରୁ food bearing plant ରୋପଣ କରାଯାଇଛି।
ଯୋଗାଯୋଗ ପାଇଁ ମିଶନ ଶକ୍ତି ତରଫରୁ ୧୦ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୋବାଇଲ୍ ବଣ୍ଟନ କରାଯାଇଛି। ଅଙ୍ଗନବାଡି ନିଜସ୍ୱ ଗୃହ କାର୍ଯ୍ୟ ଚାଲୁ ରହିଛି। ଗ୍ରାମର କୋଠାଘର ନିର୍ମାଣ କାର୍ଯ୍ୟ ସରିଛି।
ଏବଂ ସେମାନଙ୍କର ସମସ୍ତ ଉନ୍ନତି ପାଇଁ ନିମ୍ନ ଲିଖିତ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ପ୍ରଶାସନ ପଦକ୍ଷେପ ନେଇଛି। ସେଗୁଡିକ ହେଲା:- ୧୭ ଲକ୍ଷ ଟଙ୍କା ବ୍ୟୟରେ ପ୍ରାଥମିକ ବିଦ୍ୟାଳୟର କୋଠା ନିର୍ମାଣ।
୩୨ ଲକ୍ଷ ଟଙ୍କା ବ୍ୟୟରେ ବାରଘର ଗ୍ରାମକୁ ଏକ ରାସ୍ତା ନିର୍ମାଣ। ଛେଳି ପାଳନ ପାଇଁ ଜୀବିକା ମିଶନ ତରଫରୁ ଏକ ଯୋଜନା ପ୍ରସ୍ତୁତ। ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଷ୍ଟେସନାରୀ ଦୋକାନ , ଗ୍ରୋସରୀ ଦୋକାନର ଆରମ୍ଭ କରିବା ପାଇଁ ଯୋଜନା ରଖାଯାଇଛି।

Leave A Reply

Your email address will not be published.