ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଜାତୀୟ ଆଇନ ପ୍ରାଧିକରଣଙ୍କ ନିର୍ଦ୍ଦେଶ ମତେ ଗତ ୨-୧୦-୨୦୨୧ ଠାରୁ ଆରମ୍ଭ ହୋଇଥିବା ପାନ୍ ଇଣ୍ଡିଆ ସଚେତନତା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ଶୁକ୍ରବାର ଦିନ ୨୨-୧୦-୨୦୨୧ ରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ବ୍ୟୋମକେଶ ନାୟକ ନିଜେ ବିଭିନ୍ନ ଗ୍ରାମ ବୁଲି ଘରର ଲୋକ ମାନଙ୍କୁ ଆଇନ ସଚେତନତାର ବର୍ତ୍ତା ପ୍ରଦାନ କରିଥିଲେ।
କାଶିନଗର ବ୍ଲକରେ ଥିବା ପାଖାପାଖି ୨୫ ଗୋଟି ଗ୍ରାମରେ ଲୋକ ମାନଙ୍କୁ ସଚେତନତା କରାଯାଇଥିବା ବେଳେ ଗ୍ରାମରେ ଥିବା ଲୋକ ମାନଙ୍କୁ ବିଭିନ୍ନ ଆଇନ ଗତ ଲିଫଲେଟ୍ ଓ କାଗଜପତ୍ର ବଣ୍ଟା ଯାଇଥିଲା।
ପ୍ରତ୍ୟେକ ବ୍ଲକରେ ଏହି ସଚେତନତା ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଆଇନ ସଚେତନତା କର୍ମୀ ମାନେ ନିଜ ନିଜ ଗ୍ରାମ ସହ ପାଖ ଗ୍ରାମରେ ମଧ୍ୟ ସଚେତନତାର ବର୍ତ୍ତା ପ୍ରଦାନ କରିଥିଲେ।
ଏହି ଶିବିର ଆସନ୍ତା୧୪-୧୧-୨୦୨୧ ତାରିଖ ପର୍ଯ୍ୟନ୍ତ ଅହରହ ଚାଲିବ ବୋଲି ସଚିବ ଶ୍ରୀ ବ୍ୟୋମକେଶ ନାୟକ ନିଜ ବକ୍ତବ୍ୟରେ ଆଲୋକପାତ କରିଥିଲେ। ସମସ୍ତ କାର୍ଯ୍ୟକୁ ପ୍ରାଧିକରଣ କର୍ମଚାରୀ ଓ ଆଇନ ସଚେତନତା କର୍ମୀ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.