ଧର୍ମଶାଳା/ ପ୍ରଫୁଲ୍ଲ କୁମାର ସାହୁ : ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗାନ୍ଧୀଛକ ଠାରେ ବଡଚଣା ବ୍ଲକ ଉତ୍କଳ ଯାଦବ ମହାସଭାର ଜୋନ ସ୍ତରୀୟ ବୈଠକ ଓ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ସଭାପତି ଧୁଳେଶ୍ବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଡଚଣା ବ୍ଲକର ଚଣ୍ଡିତଳ,ଖଇରା,ବଡଚଣା,ବନ୍ତଳା,ଧାନମଣ୍ଡଳ,ସୁଙ୍ଗୁଡା ଓ ବଡଘୁମୁରୀ,ରାଧାଦେଇପୁର,ଶାନ୍ତିପୁର,ଅରଖପୁର,କୁନ୍ଦଳ,ଅଣକା ଆଦି ପଞ୍ଚାୟତର କାର୍ଯ୍ୟରତ ଯାଦବ ନେତା , କାର୍ଯ୍ୟକର୍ତ୍ତା ଓ ଯାଦବ ଭାଇ ଭଉଣୀମାନଙ୍କୁ ନେଇ ସଂଗଠନ କିପରି ତୃଣମୂଳ ସ୍ତରରୁ ସୁଦୃଢ଼ ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଏହି ବୈଠକରେ ସମ୍ପାଦକ ତପନ କୁମାର ବେହେରା ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟ କାରୀ ସଭାପତି ନୀଳମଣି ଦାସ ସଂଗଠନ ବିଷୟରେ ଆଲୋଚନା କରିଥିଲେ। ମହାସଭା ତରଫରୁ ଉପଦେଷ୍ଟା କୁଳମଣି ଦାସ,ମଦନ ବାରିକ,ଶଙ୍କର୍ଶଣ ପରିଡା, ଉପସଭାପତି ଫଗୁ ଚରଣ ଦାସ,ପ୍ରକାଶ ଦାସ,କୋଷାଧ୍ୟକ୍ଷ ପ୍ରଫୁଲ୍ଲ ବେହେରା, ଗିରିଗୋବର୍ଦ୍ଧନ ପୂଜା କମିଟି ସଭାପତି କପିଳ ବେହେରା,ଉପ ସଭାନେତ୍ରୀ ପୁଷ୍ପଲତା ବେହେରା ,ଯୁବ ସଭାପତି ପ୍ରଫୁଲ୍ଲ କୁମାର ଦାସ, ବଳରାମ ଦାସ,ଯୁବ ସମ୍ପାଦକ ରବିନ୍ଦ୍ର ନାୟକ,ରିଙ୍କୁ ପୃଷ୍ଟି,,ପ୍ରଫୁଲ୍ଲ ବେହେରା,ଅମର ବେହେରା,ସରୋଜ ଦାସ,ଶ୍ୟାମ ସୁନ୍ଦର ବେହେରା,ଅଶୋକ ଦାସ,ନଟବର ଦାସ, ପ୍ରମୁଖ ବହୁ ଯାଦବ ମହାସଭାର ଯୁବ,ମହିଳା ଓ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସର୍ବ ସମ୍ମତି କ୍ରମେ ୩ନଂ ଜୋନର ସଭାପତି ଭାବେ ନୃସିଂହ ଚରଣ ବେହେରା ଓ ୪ନଂ ଜୋନ ସଭାପତି ଭାବେ ସଂଜୀବ ନାୟକ,ଉପସଭାପତି ଭାବେ ଅରୁଣ ପରିଡା,ସମ୍ପାଦକ ବିପିଜନ୍ ଦାସଙ୍କୁ ମନୋନୀତ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.