ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) ଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡକୁ ଦାଦନ ଗଡ କହିଲେ ଭୁଲ ହେବ ନାହିଁ। କାରଣ ଏହି ଅଞ୍ଚଳରୁ ପ୍ରତି ବର୍ଷ ହଜାର ହଜାର ସଂଖ୍ୟାର ଲୋକ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଆନ୍ତି !ରାଜ୍ୟ ସରକାର ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏଦିଗରେ କଟକଣା କରିଥିଲେ ମଧ୍ୟ ଏହାର ପ୍ରଭାବ ପଡିଛି ନା ଦାଦନ ଶ୍ରମିକଙ୍କ ଉପରେ ନା ପ୍ରଶାସନର ତତ୍ପରତା ଉପରେ!ଫଳରେ ଏଞ୍ଚଳରୁ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ବହୁ ସଂଖ୍ୟାରେ ଯାଇଥାନ୍ତି ! ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଦାଦନ ଚାଲାଣ ପର୍ବ ଏକ ପ୍ରକାର ଆରମ୍ଭ ହୋଇଯାଇଛି କହିଲେ କିଛ ଅତ୍ୟକ୍ତି ହେବ ନାହିଁ ! କାହିଁକିନା ଗତ କାଲି ଖପ୍ରାଖୋଲ ପୋଲିସ ଏ.ଏସ.ଆଇ. ସାୱନ କେରକେଟା ପେଟ୍ରୋଲିଂ କରୁଥିବା ସମୟରେ ସାନଗୁର୍ଜିଭଟା ନିକଟରେ ଏକ ଅଟୋରେ କିଛି ଅଜଣା ଲୋକ ବସୀଥିବାର ଦେଖି ପଚରାଉଚରା କରିଥିଲେ। ପଚାରି ବୁଝିବାରୁ ଜାଣିବାକୁ ପାଇଲେ ଯେ ସେମାନେ ନୂଆପଡ଼ା ଜିଲ୍ଲା କୋମନା ଥାନା ଅଞ୍ଚଳର ଦାଦନ ଶ୍ରମିକ ! ପରେ ଅଟୋ ଚାଳକକୁ ପଚାରିବାରୁ ସେ କହିଲେ ମୋର ନାମ ବରୁଣ ତାଣ୍ଡି,ପିତା ଗୋଟି ତାଣ୍ଡି, ଗ୍ରାମ କରୁଆଁଝର ଓ ଥାନା ଲାଠୋର ବୋଲି କହିଥିଲା।ଏ ଦାଦନ ଶ୍ରମିକ ମାନେ ରତ୍ନାକର ଭୋଇ ପିତା ଗଣେଶ ରାମ ଭୋଇଙ୍କ ଜରିଆରେ ଦାଦନ ଖଟିବା ପାଇଁ ବାହାର ଅଞ୍ଚଳକୁ ଯାଉଛନ୍ତି। ରତ୍ନାକରକୁ ଦାଦନ ଶ୍ରମିକ ଚାଲାଣ କାଗଜପତ୍ର ଓ ମୋମେଣ୍ଟ ଅଡର ମାଗିବାରୁ ସେ ଦେଇ ପାରିନଥିଲେ। ଫଳରେ ଦାଦନ ଶ୍ରମିକ ସହିତ ଅଟୋ ନମ୍ବର OD 03 Q 8718 କୁ ଜବତ କରି ଖପ୍ରାଖୋଲ ଥାନା କୁ ଆଣି ଅଧିକ ତଦନ୍ତ କରିବା ପରେ ରତ୍ନାକର ବୟାନ ଦେଇଥିଲେ ଯେ ଏହା ବେଲପଡା ଥାନା ଖଲିପଥର ଗାଁ ର ଚୌଧୁରୀ କୁମ୍ଭାର ଙ୍କଦ୍ଵାରା ଚାଲାଣ ହେଉଛି । ତେବେ ଖପ୍ରାଖୋଲ ପୋଲିସ ଏକ ମାମଲା ରୁଜୁ କରି ରତ୍ନାକରକୁ ଆଜି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ସର୍ଦ୍ଦାର ରିପୋର୍ଟ ଲେଖା ହେବାଯାଏ ଫେରାର ଥିବା ଜଣାପଡିଛି ! ପ୍ରକାଶ ଯୋଗ୍ୟ, ସରକାରଙ୍କ ପ୍ରକୃତରେ ଦାଦନ ଶ୍ରମିକ ଚାଲାଣକୁ ରୋକିବା ପାଇଁ ଚାହୁଁଛନ୍ତି ତାହାହେଲେ ପ୍ରଥମେ ସ୍ଥାନୀୟ ଅଞ୍ଚଳ ଗୁଡିକର ନ୍ୟସ୍ତ ଥିବା ସରକାରୀ ଅଧିକାରୀଙ୍କ ପ୍ରତି କଠୋର ହେବାପରେ ଯାଇ କିଛି ଆଶାକରିବା ଉଚିତ ହେବ ବୋଲି ବୁଦ୍ଧିଜୀବୀ ମହଳରୁ ମତ ଶୁଣିବାକୁ ମିଳିଛି |
Sign in
Sign in
Recover your password.
A password will be e-mailed to you.
Next Post