ବିକାଶ ଏଠି ଫେଲ ମାରିଚି : ମଶାଣି ଗୃହ ଲାଗି ଦାବିକରି ଆସୁଥିଲେ ବି ପ୍ରଶାସନ ନିରବ

0 2

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: କେନ୍ଦ୍ର ସରକାର ହେଉ ଅବା ରାଜ୍ୟସରକାର କହୁଛନ୍ତି ବିକାଶର କଥା।ବିକାଶ ସବୁଆଡେ ସବୁ ଦିଗରେ ଆଗେଇ ଚାଲିଛି।ହେଲେ ଏହି ବିକାଶ ନାରେ ଚାଲିଛି ବିନାଶ।ରାୟଗଡା ଜିଲ୍ଲା ଗୁଣୁପର ବ୍ଲକ ୧୧ ନମ୍ବର ୱାଡ଼ ପାଇକ ସାହିର ଲୋକଙ୍କ ନିମନ୍ତେଏକ ମଶାଣି ରହିଛି ବହୁବର୍ଷ ଧରି ରହିଆସୁଛନ୍ତି ଏଠାକାର ଅଧିବାସୀ ମଶାଣିକୁ ଜୀବଲାଗି କଙ୍କ୍ରେଟ ରାସ୍ତା ପଡ଼ିଅଛି ।ହେଲେ ମଶାଣି ଗୃହ ନାହିଁ । ସାଧାରଣରେ ପ୍ରଶ୍ନ ଉଠୁଛି ସ୍ଥାନୀୟ ଲକମାଙ୍କପାଇଁ ମଶାଣି ଗୃହଟିଏ ହଇପାରୁନାହି ତେବେ ରାସ୍ତା ନିର୍ମାଣ ହେଲା କେମିତି।କଣ ପ୍ରଶାସନ ଏହି ମଶାଣି ଗୃହକୁନେଇ ଅବଗତନାହାନ୍ତି।ନା ଜାଣିଶୁଣି ସରକାରୀ ରାଜସ୍ୱ ହରିଲୁଟ କରିବା ସହଜ ବାଟ ବାହାର କରୁଛନ୍ତି।ମଶାଣୀକୁ ଜୀବାଲାଗି ରାସ୍ତା ନିର୍ମାଣ ହେଲା ତେବେ ସାଧାରଣ ଲୋକଙ୍କ ପାଈଁ କାହିଁକି ମଶାଣୀଗୃହ ହୋଇପାରିଲାନାହିଁ।ପୌରପରିଷଦ ଅଞ୍ଚଳର ବିକାଶ କଥା କହିବା ତାହା ଉପହାସ ହେବ।ତେବେ ଏହି ଲୋକଙ୍କ ପାଇଁ ମଶାଣିଗୃହ ଦାବି ଜୋର ଧରିଛି।କାରଣ ଏହି ପାଇକ ସାହିର କୌଣସି ବ୍ୟକ୍ତି ମୃତୁବରଣ କରନ୍ତି ତାହାହେଲେ ମଶାଣିରେ କୌଣସି ସୁଭିଧା ନାହିଁ। ବର୍ଷାଦିନେ ଶବଦାହ କରିବା କଷ୍ଟକର କାରଣ ବର୍ଷା ହେବା ଫୋଳରେ ଦୁଇ ତିନିଦିନ ଶବଦାହ କରି ହୁଏନାହିଁ। ଏବଂ ଗ୍ରୀଷ୍ମ ଦିନେ ପ୍ରଚଣ୍ଡ ଖରାରେ ସେଠାରେ ରହିବା ପାଇଁ ଗୃହ କିମ୍ବା ବୃକ୍ଷଚାଇ ନାହିଁ ।ନାନା ଅସୁବିଧା ଭିତରେ ଏହି ମଶାଣିର ଦୁର୍ଦ୍ଦଶା ରହିଛି। ଏନେଇ ସାନିୟବିଧାୟକ ରଘୁନାଥ ଗମାଙ୍ଗଙ୍କୁ ଅବଗତ କରିବାରୁ ସେ ଦୁଖପ୍ରକାଶ କରିବାସହ ଯଥାଶୀଘ୍ର ମଶାଣି ଗୃହକରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ।ଦେଖିବାକୁ ବାକୀରହିଲା କେବେ ମଶାଣି ଗୃହ ନିର୍ମାଣ ହେବ ପାଇକ ସାହିର ଲକଙ୍କ ଦୁଃଖ ଦୁରହେବ।

 

Leave A Reply

Your email address will not be published.