ଗଜପତିର ଆଲୋକ ବୋଷ ଓ ରାୟଗଡା ଜିଲ୍ଲାର ବୋମାଲି କାନ୍ତା ରାଓଙ୍କୁ ପାରଳାଖେମୁଣ୍ଡିରେ ଭବ୍ୟ ସମ୍ବର୍ଦ୍ଧନା

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତାମିଲନାଡୁ ଚେନାଇର ମଦୁରାଇ ମଦୁରାଭୋୟାଲ–ସ୍ଥିତ “ପପୀ” ହୋଟେଲ ପରିସରରେ ଫିଉଚର କଲାମସ ବୁକ ଅଫ ରେକର୍ଡସ ଏବଂ ତାମିଲନାଡୁ ସ୍ଥିତ ଦି ୟୁନିଭରସାଲ ତାମିଲ ୟୁନିଭରସିଟିର ମିଳିତ ଆନୁକୂଲ୍ୟରେ ଗତ ୧୪ ତାରିଖ ଦିନ ଭାରତରତ୍ନ ଡ଼ଃ ଏପିଜେ ଅବଦୁଲ କଲାମଙ୍କ ପବିତ୍ର ଜନ୍ମଦିବସ ପାଳନ ଅବସରରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମାଜିକ ସେବା ପାଇଁ ଓଡ଼ିଶାର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରର ଶ୍ରୀ ଆଲୋକ କୁମାର ବୋଷ ଓ ରାୟଗଡା ଜିଲ୍ଲାର ଶ୍ରୀ ବୋମାଲି କାନ୍ତା ରାଓଙ୍କୁ ସମ୍ମାନ ଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିଲା ।

ତାଙ୍କର ଏହି ସଫଳତା ଓ କୃତିତ୍ୱ ପାଇଁ ବିଭିନ୍ନ ମହଲରେ ଶୁଭେଚ୍ଛାର ବାର୍ତ୍ତା ସହ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଥିଲା।ପାରଳାଖେମୁଣ୍ଡି ବଡବ୍ରାହ୍ମଣ ସାହି ସ୍ଥିତ ବୋଷ ଡାନ୍ସ ଷ୍ଟୁଡିଓ ପରିସରରେ ଡକ୍ଟରେଟ ଉପାଧି ପାଇଥିବା ଗଜପତିର ଶ୍ରୀ ଆଲୋକ କୁମାର ବୋଷ ଓ ରାୟଗଡା ଜିଲ୍ଲାର ଶ୍ରୀ ବୋମାଲି କାନ୍ତା ରାଓଙ୍କୁ ନଗରର ବୁଦ୍ଧିଜୀବୀ , ମାନ୍ୟଗଣ୍ୟବ୍ୟକ୍ତି ବିଶେଷ ପକ୍ଷରୁ ଉଭୟଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାଶ (ରାୟଗଡ଼ା), ମୁଖ୍ୟ ବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ , ଗଜପତି, ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ରାମଚନ୍ଦ୍ର ପାଢ଼ୀ , ଶଶାଙ୍କ ଶେଖର ସାବତ , ପ୍ରଣୋଜ ପଟ୍ଟନାୟକ ମଞ୍ଚାସୀନ କରିଥିଲେ।

Leave A Reply

Your email address will not be published.