ନୂଆପଡ଼ାରୁ ଯଶୋବନ୍ତ କୁମାର: କଳାହାଣ୍ଡି ମହାଲିଙ୍ଗ ସ୍ଥିତ ପବ୍ଲିକ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ତାଙ୍କର ସ୍କୁଲ ମାଲିକ ଗୋବିନ୍ଦ ସାହୁ ଅପହରଣ କରିବା ସହ ଓ ଜୀବନ୍ତ ଜାଳି ଦେଇ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଉଚିତ ଦଣ୍ଡ ଦେବା ସହ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଏବଂ ଗିରଫ ଦାବିରେ ଆଜି ବିଜେପି ନୂଆପଡ଼ା ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି | ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡାଙ୍କ ଆହ୍ବାନ କ୍ରମେ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସଦାନନ୍ଦ ଯୋଷୀ ଙ୍କ ନେତୃତ୍ବ ରେ ନୂଆପଡ଼ା ଏକତା ଛକ ଠାରେ ବିକ୍ଷୋଭ ଓ ମନ୍ତ୍ରୀ ଙ୍କର କୁଶପୁଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ହୋମ ସିଂ ମାଝି, ସୁଶାନ୍ତ ପତି, ଭଗତ ସିଂ, ଜିଲ୍ଲା ଉପସଭାପତି ଦିଲୀପ ନିର୍ମଲକର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ତୁଳସ ପଟେଲ ମଣ୍ଡଳ ସଭାପତି ଥାନ ସିଂ ଠାକୁର, ଶତ୍ରୁଘନ ସ୍ବାଇଁ, ଚନ୍ଦନ ଠାକୁର, ବିଜୟ ଚନ୍ଦ୍ର ପାର, ରତନ ଦୁବେ, ଜମହେଶ ଦଣ୍ଡସେନା, ଭଦ୍ରକ ଜିଲ୍ଲା ରୁ ଆସିଥିବା ସୋସିୟାଳ ମିଡ଼ିଆ ର ଚର୍ଚ୍ଚିତ ଚେହେରା, ମୁନ୍ନା ଭାଇ ଜିଲ୍ଲା ସୋସିଆଲ ମିଡ଼ିଆ ପ୍ରଭାରି ଅର୍ଜୁନ ଜଗତ ଙ୍କର ସମେତ ଯୁବମୋର୍ଚ୍ଚା ଯୁବ କାର୍ଯ୍ୟକର୍ତ୍ତା ଓ ମହିଳା ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଙ୍କୁ ଦୃଡ଼ ନିନ୍ଦା କରିଥିଲେ । ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବାଦାବୀ କରିଥିଲେ।
Sign in
Sign in
Recover your password.
A password will be e-mailed to you.