ମମିତା ମେହେର୍ ହତ୍ୟା ଘଟଣା : ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ,ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

0

ନୂଆପଡ଼ାରୁ ଯଶୋବନ୍ତ କୁମାର: ମହାଳିଙ୍ଗ ସନ ସାଇନ ବିପବ୍ଲିକ ସ୍କୁଲ ଅଧ୍ୟକ୍ଷ ମମିତା ମେହେର ହତ୍ୟାକାଣ୍ଡରେ ସାମିଲ ଥିବା ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ଇସ୍ତଫା ଦାବି ତଥା ମମିତା ମେହେର୍ ଙ୍କୁ ନ୍ୟାୟ ପ୍ରଦାନ ଦାବିରେ କଂଗ୍ରେସ ଦଳ ପକ୍ଷରୁ ଖଡ଼ିଆଳ ବ୍ଳକ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ହିରାଧର ମେହେର, ବିଧାନସଭା ଯୁବ କଂଗ୍ରେସ ସଭାପତି ଶ୍ରୀ ଚନ୍ଦ୍ରଶେଖର ତାଣ୍ଡି, ଛାତ୍ର କଂଗ୍ରେସ ସଭାପତି ଅମିତାଭ ପଟେଲ, ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ହାର୍ଦିକ ମହାପାତ୍ର, ଯୁବ କଂଗ୍ରେସ ମୁଖପାତ୍ର ବିଭୂଦତ୍ତ ଯୋଶୀ, ନଗର ଯୁବ କଂଗ୍ରେସ ସଭାପତି ପଞ୍ଚାନନ ସେଠୀ, ସାନ ଜଗତ, ଚନ୍ଦ୍ରଧ୍ୱଜ ବେହେରା, ଲକ୍ଷ୍ମୀକାନ୍ତ ବନଛୋର, ପବନ ତ୍ରିବେଦି, ରାହୁଲ ଯାଦବ, ହେମସାଗର ନାଗ ଆଦି ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ। 

 

Leave A Reply

Your email address will not be published.