କାର ଭିତରେ ଯୁକ୍ତି ତର୍କ : ତା ଭିତରେ ହତ୍ୟା

0

ବଲାଙ୍ଗୀର(ଶାସକ ପ୍ରଶାସକ) : ଗୋଟେ ପଟେ ଅଭିଯୁକ୍ତ ଗୋବିନ୍ଦ ସାହୁ କୁ ବଙ୍ଗୋମୁଣ୍ଡ ଏସ,ଡ଼ି, ଜି,ଏମ ସେସନ କୋର୍ଟ ରେ ହାଜର କରାଯାଇଥିବା ବେଳେ ଉତ୍ତେଜନା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏପଟେ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟଲୟ ପରିସରରେ ଉତ୍ତରାଂଚଳ ଡ଼ି, ଆଇ,ଜି,ଦୀପକ କୁମାର ପ୍ରେସମିଟ ମାଧ୍ୟମରେ ହତ୍ୟାକାଣ୍ଡ ର ସମସ୍ତ ବିବରଣୀ ସହ ସୂଚନା ଦେଇଛନ୍ତି।

ମହାଲିଙ୍ଗ ମିଷ୍ଟ୍ରି ତଥା ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ବଡ଼ ଖୁଲାସା କରିଛନ୍ତି।କାର୍ ଭିତରେ ହିଁ ମମିତାଙ୍କୁ ହତ୍ୟା କରାଯାଇଥିଲା। OD-08K-1002 ନମ୍ବର କାର୍‌ରେ ହିଁ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି। ୮ ତାରିଖରେ ମମିତାଙ୍କୁ କାର୍‌ରେ ନେଇ ଗୋବିନ୍ଦ ଆସିଥିଲା। କାର୍ ଭିତରେ ହିଁ ମମିତାଙ୍କ ସହ ଗୋବିନ୍ଦର ବଚସା ହୋଇଥିଲା। ବଚସା ପରେ କାର୍‌ରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଥିଲା,ଓ ହତ୍ୟା ପରେ ୮ ତାରିଖ ବିଳମ୍ବିତ ରାତିରେ ମୃତଦେହକୁ ଜେସିବି ମାଧ୍ୟମରେ ୧୧ଫୁଟ ର ଗାତ ଖୋଲାଯାଇ ପୋତା ଯାଇଥିଲା ବୋଲି ସୂଚନା ଦେଇଛନ୍ତି।୧୪ ତାରିଖରେ କାର୍‌କୁ ପୋଲିସ ଜବତ କରିଥିଲା। ଜବତ କାର୍‌ରୁ ଗୋଟିଏ ପାଉଁଜି, ପେଟ୍ରୋଲ ଜାର୍ ମିଳିଥିଲା। ଗତକାଲି ମିଳିଥିବା ମୃତଦେହ ନିକଟରୁ ଗୋଟିଏ ପାଉଁଜି ମିଳିଛି। ତେବେ ୬ ତାରିଖରେ ହିଁ ଗାତ ଖୋଳା ଆରମ୍ଭ କର ଯାଇଥିବା ସୂଚନା ମିଳିଛି। ତେଣୁ ମମିତାଙ୍କୁ ହତ୍ୟା ନେଇ ପୂର୍ବରୁ ଗୋବିନ୍ଦ ଯୋଜନା କରିଥିଲା।  କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରୁ ଶିକ୍ଷୟିତ୍ରୀ ନିଖୋଜ ମାମଲାର ଗୋଟିଏ ପରେ ଗୋଟିଏ ରହସ୍ୟ ଉପରୁ ପରଦା ଉଠିବାରେ ଲାଗିଛି। ୧୨ ଦିନ ଧରି ଜାରି ଛକାପଞ୍ଝା ଏବଂ ତନାଘନା ଭିତରେ ଶେଷରେ ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମାଷ୍ଟରମାଇଣ୍ଡ ମହାଲିଙ୍ଗ କଲେଜର ସଭାପତି ଗୋବିନ୍ଦ ସାହୁଙ୍କୁ ଧରି କୋର୍ଟ ଚାଲାଣ କରିଛି ପୋଲିସ। ଆଉ ଶେଷରେ ଗୋବିନ୍ଦ ସାହୁ ଅପରାଧ ସ୍ୱୀକାର କରିଥିବା ସୂଚନା ଦେଇଛନ୍ତି ଡ଼ି ଆଇ,ଜି,ଦୀପକ କୁମାର। ପୋଲିସର ଘନ ଘନ ଜେରା ପରେ ମମିତା ମେହେରଙ୍କୁ ହତ୍ୟା କରିଥିବା ଗୋବିନ୍ଦ ସାହୁ ସ୍ୱୀକାର କରିଥିବା କହିଛନ୍ତି।

Leave A Reply

Your email address will not be published.