ବିଜେଡିରେ ସଂଖ୍ୟାଲଘୁ ଯୁବକଙ୍କ ଯୋଗଦାନ

0

 

ବାଲେଶ୍ୱର,(ଉଜ୍ଜ୍ୱଳ କର ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ବାଲେଶ୍ୱର ବିଧାୟକଙ୍କ କାର୍ଯ୍ୟରେ ଉତ୍ସାହିତ  ହୋଇ ବିଜେଡ଼ିରେ ସାମିଲ ହୋଇଛନ୍ତି ବାଲେଶ୍ୱର ମୁନିସିପାଲିଟି ଅଞ୍ଚଳର ୨୦୦ରୁ ଅଧିକ ସଂଖ୍ୟାଲଘୁ ଯୁବକ ।ଏହି ପରିପ୍ରେକ୍ଷୀରେ ହୋଟେଲ କଳିଙ୍ଗରେ ବାଲେଶ୍ୱର ଟାଉନ ବିଜେଡ଼ି ସଂଖ୍ୟାଲଘୁ ସେଲ ଟାଉନ ସଭାପତି ସୟଦ ସଲିମ ରାଜାଙ୍କ ପୌରହିତ୍ୟରେ ଅନୁଷ୍ଟିତ ମିଶ୍ରଣ ପର୍ବରେ  ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପ ଦାଶ ଯୋଗଦେଇ ବିଜେଡ଼ିରେ ସାମିଲ ନବାଗତ ଯୁବକଙ୍କୁ ସ୍ୱାଗତ କରିବା ସହିତ ଆଗାମୀ ଦିନରେ ଏହି ଯୁବକମାନେ ଦଳ ପାଇଁ ଏକ ମାଇଲ ଖୁଣ୍ଟହେବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌରପାଳ ଆଲୋକ ସାହୁ, ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ବିଜେଡ଼ି ନେତା ଆଶିଷ ଘୋଷ, ସଂଖ୍ୟାଲଘୁ ସେଲ ଜିଲ୍ଲା ସଭାପତି ସେଖ୍ ଉମରୁଦ୍ଧିନ, ରାଜ୍ୟ ସଂପାଦକ ସମଦ ଖାନ, ଯୁବ ସଭାପତି ଶକ୍ତିପଦ ରାୟ, ବିଜେଡ଼ିର ସଂଖୃାଲଘୁ ନେତା ସେକ କୌସର ଅଲ୍ଲି ପ୍ରମୁଖ ଉପସ୍ଥିତ ଥିବାବେଳେ ବିଜେଡ଼ି ମିଡ଼ିଆ ସଂଯୋଜକ ତଥା ଯୁବ ବିଜେଡ଼ି ସାଧାରଣ ସଂପାଦକ ଧିରେନ ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ସେକ ଗଫର, ସେଖ୍ ମୁସ୍ତାକ, ସେଖ ଫାୟାଜ, ସେଖ ଭିକି, ଗଫୁରିଦ୍ଧିନ୍ ଖାନ, ଅବଦୁଲ ଇକ୍ବାଲ ପ୍ରମୁଖଙ୍କ ନେତୃତ୍ୱରେ ୨୦୦ରୁ ଅଧିକ ଯୁବକ ବିଜେଡ଼ିରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.