ଅନୁସୂଚିତ ଜାତିର କାର୍ଯ୍ୟକାରୀଣି ବୈଠକ,ଯୋଗ ଦେଲେ ସାଂସଦ-ଅନୁସୂଚିତ ଜାତି ରାଜ୍ୟ ସଭାପତି

0

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଶ୍ରୀଜୀ ମଣ୍ଡପ ଠାରେ ଆଜି ଭାଜପାର ଅନୁସୂଚୀତ ଜାତି କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଅଛି। ବୈଠକରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସଭାପତି ରୂପେ ଡ଼ଃ. ବିଭୁ ପ୍ରଶାଦ ତରାଇ ଯୋଗ ଦେଇ ଦଳୀୟ ସଂଗଠନ ମଜଭୁତ ସହ ତୃଣମୂଳ ସ୍ତରରେ କର୍ମୀ ଏବଂ ସଂଗଠନ କାର୍ଯ୍ୟ କରିବାକୁ ଆହ୍ବାନ କରିଛନ୍ତି। ବୈଠକରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ଆନୁସୂଚୀତ ମୌଚ୍ଚା ରାଜ୍ୟ ଉପ-ସଭାପତିର୍ମ ବିଶି ଦିଗାଲ,ରାଘବ ମଲ୍ଲିକ, ରାଜ୍ୟ ସାଧାରଣ ସମ୍ପାଦକ ଚନ୍ଦନ ସ୍ଵରାଜ, ଜିଲ୍ଲା ଅନୁସୂଚିତ ମୌର୍ଚ୍ଚା ସଭାପତି କେଦାର ଜଗତ,ଲୋସିଙ୍ଗା ବିଧାୟକ ମୁକେଶ ମହଲିଙ୍ଗ, ଭାଜପା ଜିଲ୍ଲା ସଭାପତି ସୁବ୍ରତ ଠାକୁର, ପୂର୍ବତ୍ତନ ବିଧାୟକ ହିତେଶ ବଗର୍ତ୍ତି, ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ହୋମ ସିଂ ମାଝୀ, ପ୍ରଶ୍ନନ ପାଢ଼ୀ ମାନିଜର ଆର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। 

Leave A Reply

Your email address will not be published.