ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ସମନ୍ୱିତ ସଭାଗୃହ ଠାରେ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ପକ୍ଷରୁ ଇସ୍ତାହାର ସଭାର ଆୟୋଜିତ ହୋଇ ଥିଲା I ଏହି ସଭାରେ ଅନାମ ନାୟକ(ଜିଲ୍ଲା ସଭାପତି), ବିସ୍ମୟ ମୋହନ ମହାପାତ୍ର (ଜିଲ୍ଲା ପ୍ରଭାରୀ), ବିଜୟ ପ୍ରଧାନ (ସଂଯୋଜକ ରାଜୀବ ଗାନ୍ଧୀ ସଂଗଠ ଓଡିଶା), ପ୍ରତାପ ପ୍ରଧାନ ( ରାଜୀବ ଗାନ୍ଧୀ ପଂଚାୟତ ସଂଗଠନ ଜିଲ୍ଲା ସଭାପତି) ପ୍ରଫୁଲ ଦିଗାଳ(ଅନୁସୂଚିତ ଜାତି ସେଲ ଜିଲ୍ଲା ସଭାପତି ) ଗୋକୁଳ ପ୍ରଧାନ ( ଟିକାବାଲି ବ୍ଲକ ସଭାପତି), ଗଗନ କୁମାର ପ୍ରଧାନ(ଯୁବ କଂଗ୍ରେସ ଉପସଭାପତି),ଏନ ରାଜାରାଓ (ନଗର ସଭାପତି), ସଦାନନ୍ଦ ନାୟକ(ବ୍ଲକ ସଭାପତି), ରମାକାନ୍ତ ମହାପାତ୍ର (ବରିଷ୍ଠ କଂଗ୍ରେସ କର୍ମୀ), ଆଇନଜୀବି ରାମା ରାଓ, ପ୍ରତାପ ଚନ୍ଦ୍ର ପ୍ରଧାନ(ବରିଷ୍ଠ କଂଗ୍ରେସ କର୍ମୀ), ପରମାନନ୍ଦ ପଣ୍ଡାଙ୍କ ସହ ହିରେନ ନାୟକ, ଦେବାଶିଷ ଦିଗାଳ ପ୍ରମୁଖ ଯୋଗ ଦେଇ ଥିଲେ I କଂଗ୍ରେସ କର୍ମୀ ଜାକେଶ ପ୍ରଧାନ ସଭା ପରିଚାଳନା କରି ଥିଲେ I ସଭାର ଆରମ୍ଭରେ ଅତିଥିଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇ ଥିଲା I ଆଗାମୀ ପଂଚାୟତ ରାଜ ନିର୍ବାଚନରେ କଂଗ୍ରେସରେ କି ପରି ଭାବରେ ଲୋକଙ୍କ ନିକଟତର ହୋଇ ପାରିବ ଏବଂ ରାଜୀବ ଗାନ୍ଧୀ ସଂଗଠନର ମୂଳ ଉଦେଶ୍ୟ ସମ୍ପର୍କରେ ଉପସ୍ଥିତ ନେତୃ ମଣ୍ଡଳୀ ପୁଙ୍ଖାନୁପୁଙ୍ଖ ଭାବେ ଉପସ୍ଥାପନ କରିଥିଲେ I କଂଗ୍ରେସ ଆଦର୍ଶକୁ ଯୁବ ଗୋଷ୍ଠୀଙ୍କୁ ଆକୃଷ୍ଠ କରିବା, ଦାଦନ ସମସ୍ୟା, ମହିଳା ଶସକ୍ତି କରଣ, କୃଷିର ବିକାଶ, ଦଳିତ ଓ ଆଦିବାସୀଙ୍କ ବିକାଶ, ମୌଳିକ ଅଧିକାର, ଭୂମି ହୀନଙ୍କ ସମସ୍ୟା, ପରିବେଶ(କନ୍ଧମାଳ ଜିଲ୍ଲାକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକାଶ) ଇତ୍ୟାଦି ମୁଖ୍ୟ ମୁଦାକୁ ନେଇ ଉପସ୍ଥିତ କଂଗ୍ରେସ ନେତା ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଆଲୋଚନା ହୋଇ ଥିଲା |
Sign in
Sign in
Recover your password.
A password will be e-mailed to you.
Next Post